ବେଗୁନିଆପଡା, (ଆମ ଓଡିଶା ଖବର):ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଷଣ୍ଢମୂଳ ପଞ୍ଚାୟତ ଅନ୍ତର୍ଗତ ଶାଳବଣ ଗ୍ରାମର ମହେନ୍ଦ୍ର ସ୍ବାଇଁ ଙ୍କ ସୁକନ୍ୟା ସୁଜଲ୍ ସୂପିତା ସ୍ବାଇଁ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷାରେ କୃତିତ୍ୱ ଅର୍ଜନ କରିବା ସହ ବୃତ୍ତି ପାଇବା ପାଇଁ ବିବେଚିତ ହୋଇଛନ୍ତି । ବର୍ତ୍ତମାନ ସେ ରାଜପୁର ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି । ଏହି ସଫଳତା ପାଇଁ ସେ ତାଙ୍କର ପିତା ମାତା, ଶିକ୍ଷକ ଶିକ୍ଷୟିତ୍ରୀ, ବନ୍ଧୁ ବାନ୍ଧବ ଏବଂ ଆତ୍ମୀୟ ସୃଜନଙ୍କୁ ଶ୍ରେୟ ଦେଇଛନ୍ତି । ସୂଚନା ଅନୁଯାଇ ପୂର୍ବରୁ ସୁଜଲ୍ ସୂପିତା ଏସ୍. ଛଚିନା ସ୍ଥିତ ଶ୍ରୀ ମା ଅରୋବିନ୍ଦ ବିଦ୍ୟାପିଠରେ ଅଧ୍ୟୟନ କରୁଥିଲେ । ଏଥିସହିତ ସେ ତୃତୀୟ ଶ୍ରେଣୀରେ ମଧ୍ୟ ବୃତ୍ତି ପାଇବା ପାଇଁ ବିବେଚିତ ହୋଇଥୂଲେ । ସୁଜଲ ଙ୍କ ଏହି କୃତିତ୍ୱ ହାସଲ ପରେ ଆଖପାଖ ଅଞ୍ଚଳ ସମେତ ତାଙ୍କ ମା ପ୍ରମିଳା ସ୍ୱାଇଁ ବେଶ ଖୁସି ବ୍ୟକ୍ତ କରିବା ସହିତ ତାଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି ।
ରିପୋର୍ଟ :ଦେବାଶିଷ ମହାରଣା


More Stories
ଶ୍ରୀ ଶ୍ରୀ ଦଣ୍ଡେଶ୍ୱର ଯାତ୍ରା କମିଟି ପକ୍ଷରୁ ସମ୍ବର୍ଦ୍ଧିତ ହେଲେ ରଶ୍ମିରଞ୍ଜନ
ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ସ୍ମୃତି ଦ୍ଵିତୀୟ T20 କ୍ରିକେଟ ଟୁର୍ଣ୍ଣାମେଣ୍ଟ(ଦିବା ଓ ରାତ୍ରି ) ପାଇଁ ପ୍ରେସ ବାର୍ତ୍ତା
ଜନତା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଏବଂ ବିଦାୟକାଳୀନ ସଭା ପାଳିତ