
ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ବାଘମାରି ପଞ୍ଚାୟତ ତୃପ୍ତି କଲ୍ୟାଣ ମଣ୍ଡପ ପରିସରରେ ତ୍ରିଧାରା ସାଂସ୍କୃତିକ ପରିଷଦର ତୃତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି ।ଏହି ଅବସରରେ ରଜନୀ କାନ୍ତ ପଣ୍ଡାଙ୍କ କ୍ରିଷ୍ଣା ବୁକ୍ସ ଦ୍ଵାରା ପ୍ରକାଶିତ ବିଭୁହୋତାଙ୍କ ଲିଖିତ ‘ ରଙ୍ଗ ଛୁଆଁ ‘ ଓ ପଣ୍ଡିତ ରଘୁନାଥ ବିଶିଙ୍କ ‘ଉପନିଷଦ ‘ ଉନ୍ମୋଚିତ ହୋଇଥିଲା । ମଳୟ ଜୟସିଂହଙ୍କ ଲିଖିତ ‘ଅନନ୍ୟ ସେବକ ‘ ଓ ‘ଏଇତ ଜୀବନ ‘ ଉନ୍ମୋଚିତ ହୋଇଥିଲା । ପରିବେଶବିତ୍ ରାଜକିଶୋର ପାଣିଗ୍ରାହୀଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି ସଭାରେ ଜିଲ୍ଲା ଶିଳ୍ପ କେନ୍ଦ୍ରର ପୂର୍ବତନ ସହକାରୀ ପରିଚାଳକ ସୁନିଲ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଓ ସମାଜ ସେବୀ ସନ୍ଦିପ୍ତ ଦାସ ମୁଖ୍ୟ ବକ୍ତା ଭାବେ ସାହିତ୍ୟିକ ତଥା ଶିକ୍ଷକ ଅଖିଳେଶ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରଦୀପ ପ୍ରଜ୍ବଳନ ପରେ ଜଗନ୍ନାଥ ପରିଡ଼ା ଦୟାନିଧି ବେହେରା ଓ ଦାଶରଥି ବେହେରା ସ୍ଵାଗତ ସଙ୍ଗୀତ ଗାନ କରିଥିଲେ ।କଳ୍ପତରୁ ପଣ୍ଡା ସଂପାଦକୀୟ ପାଠ କରିଥିଲେ ।ପରେ କବି ଜଗଦୀଶ ପାତ୍ରଙ୍କ ସଂଯୋଜନାରେ ବଂଶୀଧର ପଣ୍ଡା, ଗଙ୍ଗାଧର ଓଝା, ସସ୍ମିତା ଗ୍ରହାଚାର୍ୟ୍ଯ, ପଦ୍ମାଳୟା ମହାପାତ୍ର, ଦେବାଶିଷ ସାହୁ, ବିଶ୍ୱଜିତ୍ ହୋତା, ଦିଲ୍ଲୀପ ସାହୁ, ପତିତ ପାବନ ବଳବନ୍ତ ରାୟ, ଲମ୍ବୋଦର ଶତପଥୀ, ରାମଚନ୍ଦ୍ର ସାହୁ, ଅବିନାଶ ସାମନ୍ତରା, ଚନ୍ଦ୍ରଶେଖର ମହାରଣା, ବିନୋଦ ରାଉତରାୟ, ବସନ୍ତ ସାହୁ, କୈଳାଶ ତ୍ରିପାଠୀ ପ୍ରମୁଖ କବିତା ପାଠ କରିଥିଲେ । ଏହି ଅବସରରେ ଗାୟକ ପ୍ରଫୁଲ ସାମନ୍ତରାଙ୍କୁ ଗାୟକ ସମ୍ରାଟ ବିଶ୍ଵନାଥ ପଟଯୋଶୀ ସମ୍ମାନ, ଶିଳ୍ପୀ ଉପେନ୍ ସାହୁଙ୍କୁ ‘ଶିଳ୍ପୀ ଗୁରୁ କଳିଙ୍ଗ ମହାରଣା ସମ୍ମାନ’, ପାହାନ୍ତି ଆକାଶ ବହି ପାଇଁ ମହାଦେବ ପ୍ରଧାନଙ୍କୁ ‘ବିଭୁ ହୋତା ସମ୍ମାନ ‘ ସ୍ଥାପତି ସନାତନ ଦାସଙ୍କୁ ପୂଜ୍ୟ ପୂଜା ସମ୍ମାନ, ଜଗନ୍ନାଥ ପରିଡ଼ାଙ୍କୁ ସଙ୍ଗୀତ ଶ୍ରୀ ସମ୍ମାନ ଓ ସରୋଜିନୀ ପାଟସାଣୀଙ୍କୁ ସାହିତ୍ୟ ସମ୍ମାନ ପ୍ରଦାନ କରାଯାଇଥିଲା । ବାପିନା ମହାପାତ୍ର ଉଦଯାପନୀ ସଙ୍ଗୀତ ଗାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶତାଧିକ କବି , କବୟତ୍ରୀ , ବୁଦ୍ଧିଜୀବୀ ସମାଜସେବୀ ପ୍ରମୁଖ ଯୋଗଦେଇଥିଲେ ।



More Stories
ଦ୍ୱାବିଂଶ ବୋଲଗଡ ମହୋତ୍ସବ ଆଜିଠୁ ଆରମ୍ଭ ।
୨୦ତମ ଜାମ୍ବୋରେଟ୍ ସ୍ୱତନ୍ତ୍ର ଟ୍ରାଇବାଲ୍ ତୃତୀୟ ଦିନରେ ୨୭୦ ପ୍ରକାର ଖାଦ୍ୟ ପ୍ରଦର୍ଶନ କଲେ ସ୍କାଉଟ୍ ଗାଇଡ୍।
ଆନ୍ତର୍ଜାତିୟ ଟାଏକୋଣ୍ଡୋ ପ୍ରତିଯୋଗୀତାରେଅମରଦୀପଙ୍କୁ ସୂର୍ଣ୍ଣ ପଦକ।