ଖୋର୍ଦ୍ଧା:୨୪/୧୨/:ପଶ୍ଚିମବଙ୍ଗର କାଲିମପଙ୍ଗ ଠାରେ ଡିସେମ୍ବର ୨୦ ରୁ ୨୧ ତାରିଖରେ ତୃତୀୟ କାଲିମପଙ୍ଗ ଆନ୍ତର୍ଜାତୀୟ ଟାଏକୋଣ୍ଡୋ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି। ସିନିଅର ବାଳକ ବିଭାଗରେ ଏକେଏସ୍ ଟାଏକୋଣ୍ଡା ଏକାଡେମୀର ବିଶ୍ୱରଞ୍ଜନ ଅମରଦୀପ୍ ଆନ୍ତର୍ଜାତିୟ ସ୍ତରରେ “ପୁମସେ” ବିଭାଗରେ ସୂର୍ଣ୍ଣ ପଦକ ହାସଲ କରି ଭାରତ ପାଇଁ ଗୌରବ ଅର୍ଜନ କରିଛନ୍ତି। ଗ୍ରାଣ୍ଡମାଷ୍ଟର ଅଶୋକ କୁମାର ସାହୁ ସମ୍ପାଦକ (ଖୋର୍ଦ୍ଧା ଜିଲ୍ଲା ଟାଏକୋଣ୍ଡୋ ଆସୋସିଏସନ ର ପ୍ରତିଷ୍ଠାତା ତଥା ବିଶ୍ଵ ଟାଏକୋଣ୍ଡୋ ମୁଖ୍ୟାଳୟ ଆନ୍ତର୍ଜାତୀୟ ପ୍ରଶିକ୍ଷକ) ବିଶ୍ଵ ଟାଏକୋଣ୍ଡୋ ମହାସଂଘ ର ବିଚାରକ (ବିଶ୍ୱ ଟାଇକୋଣ୍ଡୋ ଫେଡେରେସନ) ଏବଂ ଦଳ ସଞ୍ଚାଳକ ଶ୍ରୀମତୀ ଭାରତୀ ଜଗଦେବ ଙ୍କ ନେତୃତ୍ୱ ରେ ଏହି ସଫଳତା ହାସଲ କରିଛନ୍ତି। ଅମରଦୀପ ଖୋର୍ଦ୍ଧା ଜିଲ୍ଲା ଗୁରୁଜଙ୍ଗ ଗ୍ରାମର ଦିଲ୍ଲୀପ କୁମାର ସାହୁ ଓ କଳ୍ପନା ମହାନ୍ତି ଙ୍କ କନିଷ୍ଟ ପୁତ୍ର ଅଟନ୍ତି।ଭୁବନେଶ୍ବର ର ମାନ୍ୟବର ସାଂସଦ ଶ୍ରୀମତୀ ଅପରାଜିତା ଷଡଙ୍ଗୀ ଏବଂ ପୁରୀର ମାନ୍ୟବର ସାଂସଦ ଡଃ.ସମ୍ବିତ ପାତ୍ର ଅମରଦୀପ ଙ୍କର ସଫଳତା ପାଇଁ ଶୁଭେଚ୍ଛା ଜଣାଇବା ସହିତ ଉଜ୍ୱଳ ଭବିଷ୍ୟତ କାମନା କରି ଆଶୀର୍ବାଦ ପ୍ରଦାନ କରିଛନ୍ତି। ଓଡିଶା ର ମାନ୍ୟବର କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମଧ୍ୟ ତାଙ୍କର ଏହି ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ଅମରଦୀପ ତାଙ୍କର ଏହି ସଫଳତା ପଛରେ ତାଙ୍କ ଗୁରୁ ଗ୍ରାଣ୍ଡ ମାଷ୍ଟର ଅଶୋକ କୁମାର ସାହୁଙ୍କର ପରିମାର୍ଜିତ ଶିକ୍ଷା ଏବଂ ପ୍ରେରଣା ଦାୟକ ଉତ୍ତମ୍ କୌଶଳ ବିଦ୍ୟା ଯୋଗୁ ଏହା ସମ୍ଭବ ହୋଇପାରିଛି।
ଆନ୍ତର୍ଜାତିୟ ଟାଏକୋଣ୍ଡୋ ପ୍ରତିଯୋଗୀତାରେଅମରଦୀପଙ୍କୁ ସୂର୍ଣ୍ଣ ପଦକ।


More Stories
ବିକାଶ ପରିଷଦ ଶିଶୁ ମନ୍ଦିର ର ବାର୍ଷିକ ଉତ୍ସବ ଅନୁଷ୍ଠିତ l
ଶ୍ରୀଚୈତନ୍ଯ ରିସର୍ଚ ଆସୋସିଏସନ ପକ୍ଷରୁ ଆଲୋଚନାଚକ୍ର।
ବାର୍ଷିକପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ l