କୋଦଳା, (ଆମ ଓଡିଶା ଖବର):ଲଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟ ର ମହିଳା ସ୍ବେଛାସେବୀଙ୍କ ଦ୍ୱାରା ରାଷ୍ଟ୍ରୀୟ ସେବା ଯୋଜନା ର ଶୀତକାଳୀନ ସ୍ୱତନ୍ତ୍ର ସେବା ଶିବିର ତୃତୀୟ ଦିନରେ ପୋଷ୍ୟ ଗ୍ରାମ ଶୂନ୍ୟ ରାମଚନ୍ଦ୍ରପୁର ଠାରେ ଏକ ଦୁର୍ନୀତି ନିବାରଣ ରାଲି ଅନୁଷ୍ଠିତ ହୋଇଯାଇଛି। ପରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ସାଧନା କର୍ମୀ ଭାବରେ ଇତିହାସ ବିଭାଗୀୟ ମୁଖ୍ୟ ଶ୍ରୀଯୁକ୍ତ ବିନୋଦ କୁମାର ମିଶ୍ର ଯୋଗଦେଇ ଉପସ୍ଥିତ ସ୍ବେଛାସେବୀ ମାନଙ୍କୁ ନାରୀ ଶିକ୍ଷା ବିଷୟରେ ଅବଗତ କରାଇଥିଲେ। କାର୍ଯ୍ୟକ୍ରମର ସଂଯୋଜିକା ଶ୍ରୀମତୀ ସାଗରିକା ଦାଶ ଙ୍କ ତତ୍ୱାବଧାନରେ 50 ଜଣ ସ୍ବେଛାସେବୀ ଙ୍କୁ ନେଇ ଆଜିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମହାବିଦ୍ୟାଳୟ ର ଅଧକ୍ଷ ଶ୍ରୀଯୁକ୍ତ ରଘୁନାଥ ମୁଦୁଲି ଶିବିର ପରିଦର୍ଶନ କରି ଶିବିରର ସୁପରିଚାଳନା ସମ୍ପର୍କରେ ସଂଯୋଜିକା ଓ ସ୍ବେଛାସେବୀଙ୍କ ସହ ଆଲୋଚନା କରିଥିଲେ ।
ରିପୋର୍ଟ :ଦେବାଶିଷ ମହାରଣା


More Stories
ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଦିତୀୟ T20 କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଚତୁର୍ଥ ଦିବସ ।
ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷା ସୁଜଲଙ୍କ ସଫଳତା
ଶ୍ରୀ ଶ୍ରୀ ଦଣ୍ଡେଶ୍ୱର ଯାତ୍ରା କମିଟି ପକ୍ଷରୁ ସମ୍ବର୍ଦ୍ଧିତ ହେଲେ ରଶ୍ମିରଞ୍ଜନ