ବ୍ରହ୍ମପୁର ୨୮/୧୨/୨୦୨୫, ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଦିତୀୟ T20 କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଚତୁର୍ଥ ଦିବସ ରେ ଗଞ୍ଜାମ ୧୧ ବନାମ୍ ଜଗଦୀଶ ରାଓ କ୍ରିକେଟ କ୍ଲବ ମାଲକାନଗିରି ମଧ୍ୟ ରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଗଞ୍ଜାମ ୧୧ ଟଚ ଜିତି ବ୍ୟାଟିଂ କରିବା ନିଷ୍ପତ୍ତି ନେଇଥିଲା , ୧୯.୨ ଓଭର ରେ ୧୫୮ ରନ୍ କରିଥିଲେ ଏହା ର ବନାମ୍ ରେ ଜଗଦୀଶ ରାଓ କ୍ଲବ ୧୮.୪ ଓଭର ରେ ୧୬୦ ରନ କରି ମାତ୍ର ତିନି ୱିକେଟ ହରାଇ ବିଜୟ ହାସଲ କରିଥିଲେ। ମାଲକାନଗିରି ଦଳ ର ଦିନେଶ ହାଲୱା ସର୍ବାଧିକ ୫୧ ବଲ ରେ ୮୯ ରନ୍ କରି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ହୋଇଥିଲେ, ଏହି ମ୍ୟାଚ ରେ ଡି ରଜନୀକାନ୍ତ ରେଡି ଏବଂ ସୁଶାନ୍ତ ପଣ୍ଡା ଅମ୍ପାୟାର ଭାର ସମ୍ଭାଳିଥିବା ବେଳେ ସତ୍ୟନାରାୟଣ ପରିଡା ସ୍କୋରର ଭାବେ ଦାୟିତ୍ଵ ତୁଲାଇଥିଲେ। ମ୍ଯାଚ ର ଉଦ୍ଘାଟନ ଭାରତୀୟ ଜନତା ପାର୍ଟିର ରାଜ୍ୟ ଯୁବ ମୋର୍ଚା ସଭାପତି ତୁତୁନ ପାତ୍ର କରି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ, ଆମ ରିପୋର୍ଟ୍ ଲେଖା ହେଲା ବେଳକୁ ରାଇଜିଙ୍ଗ ଷ୍ଟାର କଟକ ବନାମ୍ କେସିଙ୍ଗା କ୍ରିକେଟ ଆସୋସିଏସନ ମଧ୍ୟ ରେ ପ୍ରଥମ ସେମିଫାଇନାଲ୍ ଅନୁଷ୍ଠିତ ହେଉଛି, ରାଇଜିଙ୍ଗ ଷ୍ଟାର କଟକ ଟଚ ଜିତି ବ୍ୟାଟିଂ ର ନିଷ୍ପତ୍ତି ନେଇଛି |
ବ୍ରହ୍ମପୁରରୁ ଆଦିତ୍ୟ ସାହୁଙ୍କ ରିପୋର୍ଟ ଆମ ଓଡ଼ିଶା ଖବର।


More Stories
ରାଗପୁର ଠାରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ l
ମାଟ୍ରିକ ଟପ୍ପରଙ୍କୁ କୋଦଳା ଏନଏସି ପକ୍ଷରୁ ସମ୍ବର୍ଦ୍ଧନା l
ପଶ୍ଚିମବଙ୍ଗରେ ବିଜେପି ଇନ୍, ଦିଦି ଆଉଟ ହେବା ପରେ ସୁମଣ୍ଡଳ ଠାରେ ବିଜେପିର ବିଜୟ ଶୋଭାଯାତ୍ରା l