
କଳାହାଣ୍ଡି ଜିଲ୍ଲା୨୮/୧୨(ଆମ ଓଡିଶା ଖବର) ଆଜି ସକାଳୁ କେସିଙ୍ଗା ନଗର ରେ ବିଜେପି ପାର୍ଟୀ ର ଟ୍ରେଡ଼ ମାର୍କ କୁହାଯାଉଥିବା ଚା ପର ଚର୍ଚ୍ଚା କାର୍ଯ୍ୟକ୍ରମ ପଶୁ ଚିକିତ୍ସାଲୟ ନିକଟରେ ଥିବା ଚା ଦୋକାନ ରେ ଭାଗ ନେଇଥିଲେ ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ସାରଦା ଶତପଥୀ | ଏହି ସମଯରେ କେସିଙ୍ଗା ର ବିଶିଷ୍ଟ ବିଜେପି କାର୍ଯ୍ୟକର୍ତ୍ତା ଙ୍କ ସହ କେସିଙ୍ଗା ନଗର ର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ | ତାପରେ ଅପରାହ୍ଣ ରେ କୋଣାର୍କ ସୂତାକଳ ପରିଦର୍ଶନ କରି ସୂତାକଳ ର ପୁନଃରୁଦ୍ଧାର ଓ କେସିଙ୍ଗା ଏମ୍ ଏସ୍ ଏମ୍ ଇ ପାର୍କ ରେ ଉଦ୍ୟୋଗ ଗଠନକୁ ନେଇ ଆଲୋଚନା ସହ ତା ର ସ୍ଥାପନା ପାଇଁ ଉପ ନିର୍ଦ୍ଦେଶକ ବସ୍ତ୍ର ଓ ବୟନ ଶିଳ୍ପ , ଜୀ ଏମ୍ ଜିଲ୍ଲା ଶିଳ୍ପସଂସ୍ଥା, ଏମ୍ ଡି ସୂତାକଲ, ସେକ୍ରେଟାରୀ ବସ୍ତ୍ର ଓ ବୟନ ସହ ଚର୍ଚ୍ଚା ଆଲୋଚନା କରିଥିଲେ ରାଜ୍ୟ ସାଧାରଣ ସମ୍ପାଦକ ସାରଦା ଶତପଥୀ, ବ୍ୟକ୍ତିଗତ ଭାବେ ପରିଦର୍ଶନ କରି ଥିଲେ, ନଗର ସଭାପତି ପିଙ୍କୁ ପରିଡା, ନମିତା ସାହୁ ,ସରିତା ସିନ୍ଦୂର, ବିଧି ଜୈନ, ପ୍ରଶାନ୍ତ ବାନାର୍ଜୀ,ସନ୍ତୋଷ କୁମାର ଦାଶ, ମଗନ ସିନ୍ଦୂର ,ସୁନୀଲ ଜୈନ, କୁନା ଦାସ, ବିମଳ ବାଗ, ବଣ୍ଟି ଜୈନ ପ୍ରମୁଖ ବିଜେପି କର୍ମକର୍ତ୍ତା ଉପସ୍ଥିତ ରହି ଆହୁରି ଦୃଢ କାର୍ଯ୍ୟାନୁଷ୍ଠାନ ସହ ପୁନଃରୁଦ୍ଧାର ପାଇଁ ପ୍ରଚେଷ୍ଟା କରିଥିଲେ

କଲାହାଣ୍ଡି ପେସାଲ ରିପୋଟର -ପ୍ରସନ୍ନ କୁମାର ନାଏକ


More Stories
ଯୁଜରାଙ୍ଗ ଠାରେ ଡ଼ଃ ଆମ୍ବେଦକର ଆସୋସିସନ ତରଫରୁ ଭଲିବଲ ଟୁର୍ନାମେଣ୍ଟ ଅନୁଷ୍ଠିତ।
ଯାଦବ ସମ୍ବିଧାନ ମାନସ ମନ୍ଥନ କର୍ମଶାଳା- ୨୦୨୫
୧୭ ବର୍ଷରୁ କମ୍ ବୟସର ଝିଅ ଟିମ୍ କୁ ନେଇ ରାଞ୍ଚି ଯାଇଛନ୍ତି କ୍ରୀଡା ଶିକ୍ଷକ ।