ଯାଦବ ସମ୍ବିଧାନ ମାନସ ମନ୍ଥନ କର୍ମଶାଳା- ୨୦୨୫

କଳାହାଣ୍ଡି ଜିଲ୍ଲା ୨୮/୧୨(ଆମ ଓଡିଶା ଖବର )କେସିଙ୍ଗା ସହରସ୍ଥିତ ଉଗ୍ରେଶନ ଭବନ ଠାରେ ଯାଦବ ସମ୍ବିଧାନ ମାନସ ମନ୍ଥନ କର୍ମଶାଳା- ୨୦୨୫ କଳାହାଣ୍ଡି ଜିଲ୍ଲା ଅଭର୍ଥନା ଯାଦବ ମହାସଭା ସଭାପତି ଶ୍ରୀଗିରିଧାରୀ ଗଉଡଙ୍କ ଅଧ୍ୟକ୍ଷତାରେ ୨୭ ଓ ୨୮ ଡିସେମ୍ବର ୨୦୨୫ ଦୁଇ ଦିନ ଧରି ଅନୁଷ୍ଠିତ ହୋଇ ଯାଇଛି। କଳାହାଣ୍ଡି ଜିଲ୍ଲା ଅଭର୍ଥନା ଯାଦବ ମହାସଭା ସମ୍ପାଦକ ଶ୍ରୀତ୍ରିପୁରା ନାଏକ ଉପସ୍ଥିତ ସମସ୍ତ ଯାଦବ ବଂଧୁ ମାନଙ୍କୁ ସ୍ଵାଗତ ଜଣେଇ କାର୍ଯ୍ୟକ୍ରମ କରିବାର ଲକ୍ଷ୍ୟ ଉଦ୍ଦେଶ୍ୟ ବିଷୟରେ ଅବଗତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀମୌସୁଧି ବାଗ, ପୂର୍ବତନ ବିଧାୟକ ଧରମଗଡ ଉପସ୍ଥିତ ରହି ମାର୍ଗଦର୍ଶନ କରିଥିଲେ । ଯାଦବ ସମାଜରେ ଥିବା କୁସଂସ୍କାର ଥିବା ନୀତି ନିୟମକୁ ଯାଦବ ସମ୍ବିଧାନ ରୁ ବାଦ୍ ଦେବା ଓ ନୂତନ ନିୟମ ନୀତିକୁ ସାମିଲ କରିବା, ଶିକ୍ଷା, ସ୍ୱାସ୍ଥ୍ୟ, ନିଶା ମୁକ୍ତ ସମାଜ ଗଠନ, ଯୌତୁକ ପ୍ରଥା ବିଲୋପ, କୌଳିକ ବୃତ୍ତି,ଆର୍ଥିକସ୍ଥିତି, ସାମାଜିକ ସ୍ଥିତି, ଜାତି ପ୍ରମାଣ ପତ୍ର,ଜାତିଭିତ୍ତିକ ଜନଗଣନା, ଧନ୍ଦାଗତ ଶିକ୍ଷା,ଦାଦନ ସମସ୍ୟା, ବାଲ୍ୟ ବିବାହ ନ କରିବା, ଯାଦବ ସମାଜର କଳା କୌଶଳ ପୁନରୁଦ୍ଧାର କରିବା ପ୍ରମୁଖ ବିଷୟରେ ଗ୍ରାମସ୍ତରରୁ ଜିଲ୍ଲାସ୍ତର ପର୍ଯ୍ୟନ୍ତ ସଚେତନା କରିବା,ଯୁବ ଯାଦବ ଓ ମହିଳା ମାନଙ୍କୁ ସକ୍ରିୟ ହେବା ଉପରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା।କାର୍ଯ୍ୟକ୍ରମରେ ପୂର୍ବତନ ଜିଲ୍ଲା ସଭାପତି, ସଂପାଦକ, ପୌରପାଲିକା, ବିଜ୍ଞାପିତ ଅଞ୍ଚଳ ପରିଷଦ, ବ୍ଲକ ସ୍ତରୀୟ କର୍ମକର୍ତ୍ତା, ଯୁବ ଯାଦବ କର୍ମକର୍ତ୍ତା ତଥା ଜାତିପ୍ରେମୀ ଯାଦବ ବନ୍ଧୁ ପ୍ରମୁଖ ଉପସ୍ଥିତ ଥିଲେ

କଳାହାଣ୍ଡି ପେସାଲ ରିପୋଟର -ପ୍ରସନ୍ନ କୁମାର ନାଏକ

error: Content is protected !!