ରିପୋର୍ଟ :ଦେବାଶିଷ
ବେଗୁନିଆପଡା,(ଆମ ଓଡ଼ିଶା ଖବର ): ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଥାନା ଅନ୍ତର୍ଗତ ବେଗୁନିଆପଡା ପଞ୍ଚାୟତ କାର୍ଯାଳୟ ଠାରେ ସୋମବାର ନୂତନ ଆଇନ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ବେଗୁନିଆପଡ଼ା ଥାନା ଅଧିକାରୀ ଅଶୋକ କୁମାର ହାଁସଦା, ସବ୍ ଇନ୍ସପେକ୍ଟର ଜଗଦୀଶ ପଣ୍ଡା, ଏସ ଆଇ ଟୁନା ପୀଡ଼ିକା ଙ୍କ ସମେତ ଅନ୍ୟାନ୍ୟ ପୋଲିସ କର୍ମଚାରୀ, ବେଗୁନିଆପଡ଼ା ସରପଞ୍ଚ ପ୍ରତିନିଧ୍ ଦଣ୍ଡୁ ପ୍ରଧାନ, ସମିତି ସଭ୍ୟା ପ୍ରତିନିଧି ସନ୍ତୋଷ ପାତ୍ର,ବଣିକ ସଂଘ ସଭାପତି ନାରାୟଣ ଜେନା, କୋଷାଧ୍ୟକ୍ଷ କୀର୍ତନ ପ୍ରଧାନ ଏଵଂ ସ୍ଥାନୀୟ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ |ସମଗ୍ର ଦେଶରେ ଜୁଲାଇ ୧ ତାରିଖରୁ ନ୍ୟାୟିକ ବ୍ୟବସ୍ଥାରେ ବଡ଼ ପରିବର୍ତନ ହୋଇଛି | ଦେଶରେ ବହୁ ପ୍ରତିକ୍ଷିତ ୩ ଗୋଟି ନୂତନ ଅପରାଧିକ ଆଇନ କାର୍ଯ୍ୟକାରି ହୋଇଛି । ସେଗୁଡିକ ହେଲା ଭାରତୀୟ ନ୍ୟାୟ ସଂହିତା ୨୦୨୩ ଭାରତୀୟ ନାଗରିକ ସୁରକ୍ଷା ସଂହିତା ୨୦୨୩ ଓ ଭାରତୀୟ ସାକ୍ଷ ଅଧିନିୟମ ୨୦୨୩ । ତେବେ ଏହି ନୂତନ କରି ଲାଗୁ ହେବାକୁ ଥିବା ବିଭିନ୍ନ ଆଇନର ଦିଗକୁ ନେଇ ସଚେତନ ପାଇଁ ଆଲୋଚନା କରାଯାଇଥିଲା । ଆଇନରେ ଏକ ଆଧୁନିକ ନ୍ଯାୟ ବ୍ୟବସ୍ଥା ଅଣାଯାଇଛି ଯେଉଁଥିରେ ଜିରୋ ଏଫ୍ଆଇଆର ପୁଲିସ ଅଭିଯୋଗର ଅନଲାଇନ ପଞ୍ଜୀକରଣ, ଏସ୍ ଏମ୍ ଏସ୍ ଭଳି ବୈଦ୍ୟୁତିକ ମାଧ୍ୟମରେ ସମନ ଏବଂ ସମସ୍ତ ଜଘନ୍ୟ ଅପରାଧ ପାଇଁ ଆପରାଧିକ ଦୃଶ୍ୟର ବାଧ୍ୟତାମୂଳକ ଭିଡିଓଗ୍ରାଫି ଭଳି ବ୍ୟବସ୍ଥା ଅନ୍ତର୍ଭୁକ୍ତ ହୋଇଥିବା ସୂଚନା ମିଳିଛି ।


More Stories
Odisha Vigilance catches an employee of Angul district in embezzlement of Rs 2.38 crore, searches have been launched at 5 locations.
ଜାତୀୟ ସ୍ତରୀୟ ବଡ଼ି ବିଲଡିଂ ପ୍ରତିଯୋଗିତାରେ ସଫଳତା ପାଇଲେ ଓମ ପ୍ରସାଦ
ନିଶିଗନ୍ଧା ଭାଷା ଓ ସାହିତ୍ୟ ସଂସଦ ପକ୍ଷରୁ କବିତା ପାଠୋତ୍ସବ।