ରିପୋର୍ଟ :ଦେବାଶିଷ
କୋଦଳା, (ଆମ ଓଡ଼ିଶା ଖବର ): ଛାତ୍ରଛାତ୍ରୀଙ୍କ ସହ ଶୈକ୍ଷିକ ବିକାଶ କରିବା ପାଇଁ ଓଡିଶା ସରକାରଙ୍କ ଗଣଶିକ୍ଷା ବିଭାଗ ଆନୁକୂଲ୍ୟରେ ସାହିତ୍ୟ ସୃଜନୀ କାର୍ଯ୍ୟକ୍ରମ କୋଦଳା ସ୍ଥିତ ନୋଡାଲ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି | ମାଷ୍ଟର ଟ୍ରେନର ତଥା ବାଣିଆ ୟୁଜିଏଚଏସ ର ଶିକ୍ଷକ ବିଭୁ ପ୍ରସାଦ ପୃଷ୍ଟି,ମାଷ୍ଟର ଟ୍ରେନର ହରିହର ଗୌଡ଼ ଯୋଗ ଦେଇ ବେଗୁନିଆପଡା ବ୍ଲକର ଛବିଶି ଟି ହାଇସ୍କୁଲ ର ଛବିଶି ଜଣ ଶିକ୍ଷକଙ୍କୁ ପ୍ରଶିକ୍ଷଣ ଦେଇଥିଲେ | ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନଙ୍କ ଦକ୍ଷତା ବିକାଶ,ଗଳ୍ପ ଲିଖନ,କବିତା ଲିଖନ, ବକ୍ତୃତା ସମେତ ପିଲା ମାନଙ୍କ ସମସ୍ତ ସହ ଶୈକ୍ଷିକ ଗୁଣ ର ବିକାଶ ନିମନ୍ତେ ଉଦ୍ଧିଷ୍ଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଏଥିରେ ସରକାରୀ ନୋଡାଲ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ସୂର୍ଯ୍ୟ ନାରାୟଣ ଜେନା ଙ୍କ ସମେତ ଶିକ୍ଷକ ଶରତ ଜାଲି,ସରସ୍ବତୀ ନାୟକ ପ୍ରମୁଖ ସହଯୋଗ କରିଥିଲେ | ଏହି ତିନି ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ବୁଧବାର ଶେଷ ହେବ |


More Stories
Odisha Vigilance catches an employee of Angul district in embezzlement of Rs 2.38 crore, searches have been launched at 5 locations.
ଜାତୀୟ ସ୍ତରୀୟ ବଡ଼ି ବିଲଡିଂ ପ୍ରତିଯୋଗିତାରେ ସଫଳତା ପାଇଲେ ଓମ ପ୍ରସାଦ
ନିଶିଗନ୍ଧା ଭାଷା ଓ ସାହିତ୍ୟ ସଂସଦ ପକ୍ଷରୁ କବିତା ପାଠୋତ୍ସବ।