କୋଦଳା, (ଆମ ଓଡିଶା ଖବର): ଲଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟ ତରଫରୁ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ରଘୁନାଥ ମୁଦୁଲିଙ୍କ ଉପସ୍ଥିତ ରେ ଆତ୍ମନିର୍ଭରଶୀଳ ଭାରତ ସଂକଳ୍ପ ମେଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ସ୍ୱଚ୍ଛତାର ବାର୍ତ୍ତା ନେଇ ଏକ ପଥପ୍ରାନ୍ତ ନାଟକ ସ୍ଥାନୀୟ କାକୁଡ଼ିଆପଡାରେ ଅଭିନୟ କରାଯାଇଥିଲା । ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ ସମସ୍ତ କର୍ମଚାରୀଙ୍କ ସହଯୋଗ ରେ ମହାବିଦ୍ୟାଳୟ ପରିସର ସଫାସୁତରା ସହ ଚତୁଃପାର୍ଶରେ ଲାଗିଥିବା ବୃକ୍ଷ ଗୁଡିକର ଉତ୍ତମ ସୁରକ୍ଷା ନିମନ୍ତେ ଜୈବିକ ସାର ଓ ପାଣି ଦିଆଗଲା । ଯାହାକି ପରିବେଶ ସନ୍ତୁଳନ ପାଇଁ ଏକ ବଳିଷ୍ଠ ପଦକ୍ଷେପ ନିଆଯାଇଥିଲା। ଏଥିରେ ପ୍ରଶାସନିକ ଅଧିକାରୀ ଶ୍ରୀମତୀ ରଞ୍ଜୁବାଳା ନନ୍ଦ, ଏକାଡେମୀକ ବର୍ସର ଶ୍ରୀ ବିନୋଦ କୁମାର ମିଶ୍ର, ଯୁବ ରେଡ଼କ୍ରସ ର ସଂଯୋଜକ ଶ୍ରୀ ରତ୍ନାକର ପ୍ରଧାନ, ଜାତୀୟ ସେବା ଯୋଜନା ସଂଯୋଜିକା ଶ୍ରୀମତୀ ସାଗରିକା ଦାଶଙ୍କ ସମେତ ଅନେକ ଅଧ୍ୟାପକ, ଅଧ୍ୟପିକା ଏବଂ ଛାତ୍ରଛାତ୍ରୀ ଯୋଗଦେଇ ଆଜିର କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ ।
ରିପୋର୍ଟ :ଦେବାଶିଷ ମହାରଣା


More Stories
ବିଧାୟକ ହାତ ପାଣ୍ଠି ରୁ ଶ୍ମଶାନ ଏବଂ ଶିଶୁ ଉଦ୍ୟାନ କାର୍ଯ୍ୟ ର ପୁନଃରୁଦ୍ଧାର ।
ଅଙ୍ଗାର ଗାଁ ସେବା ସମବାୟ ସମିତିରେ ଧାନମଣ୍ଡିର ଶୁଭ ଉଦଘାଟନ କଲେ ବିଧାୟକ l
ଓଡ଼ିଶା ଭିଜିଲାନ୍ସ ଶ୍ରୀ ଜିତେନ୍ଦ୍ର କୁମାର ଜେନାଙ୍କ ୬ଗୋଟି ସ୍ଥାନରେ ଡିଏ ସର୍ଚ୍ଚ ଆରମ୍ଭ କରିଛି।