
ବ୍ରହ୍ମପୁର ୧/୧/୨୦୨୬, ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ୱାର୍ଡ଼ ୪ ଠାରେ ଅବସ୍ଥାପିତ ଦେବାଙ୍କ ଶିବଲୋକମ ଶ୍ମଶାନ ପୁନଃଉଦ୍ଧାର କାର୍ଯ୍ୟ ନିମନ୍ତେ ଅଟକଳ ମୂଲ୍ଯ ୪୦,୬୧,୫୭୧/ ବ୍ୟୟ ରେ ଏବଂ ଧୋବା ବନ୍ଧ ହୁଡ଼ା ନିକଟରେ ଥିବା ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଶିଶୁ ଉଦ୍ୟାନ ର ପୁନରୁଦ୍ଧାର ନିମନ୍ତେ ଅଟକଳ ମୂଲ୍ଯ ୪୫,୪୭,୪୦୦/ ଟଙ୍କା ବିନିମୟରେ କାର୍ଯ୍ୟ ଗୁଡିକ ର ଶୁଭାରମ୍ଭ ମାନ୍ୟବର ବିଧାୟକ ଶ୍ରୀ କେ ଅନିଲ କୁମାର ଙ୍କ କରକମଳରେ କରାଯାଇଥିଲା । ଏହି ଶୁଭ କାର୍ଯ୍ୟକ୍ରମ ରେ ବ୍ରହ୍ମପୁର ମହାନଗର ନିଗମର ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ, କମିଶନର ପ୍ରଥମେଶ ଅରବିନ୍ଦ ରାଜଶେଖର, ଡେପୁଟି ମେୟର ଇ ବିବେକ ରେଡି , ବିଭାଗୀୟ ଯନ୍ତ୍ରୀ, ସ୍ଥାନୀୟ ୱାର୍ଡ ୪ ର କର୍ପୋରେଟର ଶ୍ରୀମତୀ ସନ୍ଧ୍ୟା ରାଣୀ ଶୁକ୍ଳ, ବିଧାୟକ ଙ୍କ ପ୍ରତିନିଧି ଅଶୋକ କୁମାର ଶୁକ୍ଳ ଏବଂ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ। ଏହି ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ସ୍ଥାନୀୟ ବାସିନ୍ଦା ଖୁସି ବ୍ୟକ୍ତ କରିଛନ୍ତି ।

ବ୍ରହ୍ମପୁରରୁ ଆଦିତ୍ୟ ସାହୁଙ୍କ ରିପୋର୍ଟ ଆମ ଓଡ଼ିଶା ଖବର।


More Stories
ଜିଲ୍ଲା ପରିଷଦ ସଭ୍ୟାଙ୍କ ଅକାଳ ବିୟୋଗ
ମା’ବ୍ୟାଘ୍ରଦେବୀଙ୍କ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ନିମନ୍ତେ ନିମନ୍ତ୍ରଣ
ଭିଜିଲାନ୍ସ ଜାଲରେ ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବନ ରେଞ୍ଜ୍ର ଅଧିକାରୀ ସୁକୁମାର ଦୁଖୁ।