ଜୟହିନ୍ଦ ନୋଡାଲ ଉଚ୍ଚ ବିଦ୍ୟାଳୟ ରେ 1983 ବ୍ୟାଚ ବନ୍ଧୁ ମିଳନ  l

କେନ୍ଦ୍ରାପଡ଼ା 04/01(ଆମ ଓଡିଶା ଖବର )ସ୍କୁଲ ଜୀବନର ସ୍ମୃତି ଚୀର ଅଭୁଲା ବୋଲି ପଟ୍ଟାମୁଣ୍ଡାଇ ବ୍ଲକ ଜୟହିନ୍ଦ ହାଇସ୍କୁଲ 1983 ମାଟ୍ରିକ ବ୍ୟାଚ  ବନ୍ଧୁମିଳନ ଉତ୍ସବରେ ଯୋଗ ଦେଇଥିବା ଅତିଥିମାନେ ପ୍ରକାଶ କରିବା ସହିତ ସମସ୍ତ ପୁରାତନ ଛାତ୍ରଛାତ୍ରୀ ଏହି ମହାନ ଶିକ୍ଷାନୁଷ୍ଠାନ ବିକାଶ ପାଇଁ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ l 1983 ବ୍ୟାଚ ପୁରାତନ ଛାତ୍ର ଦେଇଥିବା ଗୋପବନ୍ଧୁ ମୃତ୍ତି ର ପ୍ରତିଷ୍ଠା ପୂଜା କରିଥିଲେ l ଆଜି ଏହି ଗୁରୁପୂଜନ ଉତ୍ସବ ରେ ଛାତ୍ର ଛାତ୍ରୀ ମାନେ ଗୁରୁ ମାନଙ୍କ ପାଦ ଧୋଇ, ବାଣ ଫୁଟାଇ, ସିନ୍ଦୁର ଚନ୍ଦନ ଲଗାଇ ପାଛୋଟି ଆଣିଥିଲେ l ଉତ୍ତରୀୟ ଓ ଉପହାର ଦେଇ ଗୁରୁମାନଙ୍କୁ ସମ୍ବର୍ଦ୍ଧନା କରିଥିଲେ l ପୁରାତନ ଛାତ୍ର  ସୁଧାଂଶୁ ଭୂଷଣ ସାମଲ ଙ୍କ ସଂଯୋଜନାରେ ଆୟୋଜିତ ଏହି ଉତ୍ସବରେ  ପ୍ରଥମେ  ସ୍ୱର୍ଗବାସୀ ହୋଇଥିବା ଶିକ୍ଷକ ଓ 1983 ବ୍ୟାଚ  ଛାତ୍ର ଙ୍କ ପାଇଁ 2 ମିନିଟ ନିରବ ପାର୍ଥନା କରି ଶ୍ରଦ୍ଧାଞ୍ଜଳି ଦେଇଥିଲେ l  ପରେ ସଭା କାର୍ଯ୍ୟ  ଆରମ୍ଭ ହୋଇ ଗୁରୁ ଶିଷ୍ୟ ମଧ୍ୟରେ ପୁରୁଣା ସ୍କୁଲ ଦିନ ର ସ୍ମୃତି କୁ ଆଦାନପ୍ରଦାନ କରାଯାଇଥିଲା l ଗୁରୁ ଶିଷ୍ୟ ପରମ୍ପରା ଆଜି କିପରି କଳୁଷିତ ଚିନ୍ତା ପ୍ରକଟ କରିବା ସହିତ ଓ କିପରି ଗୋଟେ ଭଲ ମଣିଷ ହେବେ ଗୁରୁମାନେ ପରାମର୍ଶ ଦେବା ସହିତ ଆଶ୍ରିବାଦ ଦେଇଥିଲେ l ଅନ୍ୟପଟ ରେ ଦୀର୍ଘ 43 ବର୍ଷ ପରେ ପିଲା ଦିନ ର ସାଙ୍ଗ ମାନଙ୍କୁ ପାଖରେ ପାଇଁ ସମସ୍ତେ ଆତ୍ମହରା ହୋଇ ପଡ଼ିଥିଲେ l ପୁରୁଣା ଦିନ, ପୁରୁଣା ସ୍ମୃତି, ସ୍କୁଲ ର ସେ ପୁରୁଣା କାନ୍ଥ ରେ ଅତୀତ କୁ ସାଉଁଟି ପିଲାଦିନ ଖୋଜୁଥିଲେ l ସ୍କୁଲ ର ରଙ୍ଗ ବଦଳିଛି, ବୟସ ବଢିଛି,ନିଜ ଭିତରେ ଚିନ୍ହା ଦେବା ପାଇଁ ପରିଚୟ ଦେବା ପାଇଁ ପଡୁଛି କିନ୍ତୁ ସେ ଗୁରୁଶିଷ୍ୟ ପରମ୍ପରା ପୂର୍ବ ପରି ଅଛି l ସ୍ମୃତି ପାଉଁଶ ତଳ ର ନିଆଁ ପରି ଅତୀତ କଥା ମନେ ପକାଇ ଆଖି ଓଦା କରିଥିଲେ l ଏହି ଗୁରୁପୂଜନ ଉତ୍ସବ ରେ ଅନ୍ୟ ଶିକ୍ଷକ ଙ୍କ ମଧ୍ୟ ରେ ଶିକ୍ଷକ ପ୍ରଭାତ କୁମାର ଦାଶ, ବିଜୟ କୁମାର ଜେନା, ଶିକ୍ଷକ ଅଭିରାମ ବିଶ୍ୱାଳ, ଶିକ୍ଷକ କେଦାର ପ୍ରଧାନ, ଶିକ୍ଷକ ସୁରେଶ ନାୟକ, ଶିକ୍ଷକ ଭଗବାନ ରାଉତ,ବରିଷ୍ଠ ଖେଳ ଶିକ୍ଷକ ଚତୃଭୁଜ ରାଉଳ ପ୍ରମୁଖ ଯୋଗ ଦେଇ ତାଙ୍କ ଅଭିଜ୍ଞତା ବାଣ୍ଟିବା ସହିତ ବୋହୁ ମୂଲ୍ୟ ଉପଦେଶ ଦେଇଥିଲେ l ବର୍ତମାନ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟ ଭାସ୍କର ଚନ୍ଦ୍ର ବେହେରା ଓ ଅନ୍ୟ ଶିକ୍ଷକ ମାନେ ଉପସ୍ଥିତ ରହିଥିଲେ l 2025 ମାଟ୍ରିକ ବ୍ୟାଚ ର ଜୟହିନ୍ଦ ଉଚ୍ଚ ବିଦ୍ୟାଳୟ ର ଟପର ମାନଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧନା ଦିଆ ଯାଇଥିଲା l ଏହି କାର୍ଯ୍ୟକ୍ରମ କୁ ମୁଖ୍ୟତଃ ପ୍ରଶାନ୍ତ କୁମାର ବିଶ୍ୱାଳ, ମନୋଜ ରାଉତ,ସଂଜୀବ ମଲ୍ଲିକ, ଭାରତ ଭୂଷଣ ପରିଡା ଓ ଉମେଶ ବିଶ୍ୱାଳ ପ୍ରମୁଖ ସଫଳ ଭାବେ ଆୟୋଜନ କରିଥିଲେ l ରିପୋର୍ଟ:-ନରେନ୍ଦ୍ର କୁମାର ଧଳ

error: Content is protected !!