ରିପୋର୍ଟ :ରାକେଶ
ବେଗୁନିଆପଡା,(ଆମ ଓଡ଼ିଶା ଖବର ):ଗତ ରବିବାର ଦିନ ବେଗୁନିଆପଡା ଥାନା ଅନ୍ତର୍ଗତ ବୁରୁଝରୀ ନୁଆଁ ଗାଁ ଠାରେ ବିଳମ୍ବିତ ରାତିରେ ହୋଇଥିବା ଚୋରୀ ଘଟଣାରେ ବର୍ତମାନ ସୁଦ୍ଧା ପୋଲିସକୁ ସଫଳତା ମିଳି ନଥିବା ହେତୁ ସାଧାରଣରେ ଉଦବେଗ ପ୍ରକାଶ ପାଇଛି | ଗତ ରବିବାର ରାତିରେ ନୂଆଗାଁ ଗ୍ରାମର ସୁଦର୍ଶନଙ୍କ ଘରୁ ଗ୍ରିଲ ତାଲା ଭାଙ୍ଗି ଆଲମାରୀ ରୁ ଲକ୍ଷାଧିକ ଟଙ୍କା, ସୁନା ଓ ଲାପଟପ ଚୋରୀ ହୋଇଥିଲା | ତା ପରଦିନ ସୁଦର୍ଶନଙ୍କ ପରିବାର ତରଫରୁ ବେଗୁନିଆପଡା ଥାନାରେ ଏତଲା ଦେବା ପରେ ଘଟଣା ସ୍ଥଳରେ ଆଇଆଇସି ପହଞ୍ଚି ତଦନ୍ତ କରି ଫେରିଥିଲେ | ହେଲେ ବର୍ତମାନ ସୁଦ୍ଧା ୭ ଦିନ ବିତି ଯାଇଥିଲେ ମଧ୍ୟ ପୋଲିସକୁ ସଫଳତା ମିଳି ପାରିନାହିଁ | ଏ ନେଇ ଥାନା ଆଇଆଇସି ତଦନ୍ତ ଚାଲିଛି ବୋଲି କହିଛନ୍ତି। ସେପଟେ ଦିନକୁ ଦିନ ଚୋରଙ୍କ ପ୍ରାଦୁର୍ଭାବ ବଢ଼ି ଚାଲିଥିବା ଖବର ଆସୁଥିବା ବେଳେ ଗ୍ରାମବାସୀ ବର୍ତ୍ତମାନ ଆଶଙ୍କା ଓ ଭୟରେ ଅଛନ୍ତି।



More Stories
Forester of Bandhbahal, arrested by Odisha Vigilance for accepting Rs 5,000 bribe.
ଦିନ ଦିପହରେ ଜାତୀୟ ରାଜପଥରେ ରାହାଜାନୀ ଓ ମରଣତ୍ମକ ଆକ୍ରମଣ l
ମୁଖ୍ୟ ପୂର୍ତ୍ତ ବିଭାଗ ରାସ୍ତା ରୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ କୁ ୪୦୦ ମିଟର ରାସ୍ତା କାର୍ଯ୍ୟ ନିମ୍ନ ମାନର l