ରିପୋର୍ଟ :ରାକେଶ
ବେଗୁନିଆପଡା,(ଆମ ଓଡ଼ିଶା ଖବର ):ଗତ ରବିବାର ଦିନ ବେଗୁନିଆପଡା ଥାନା ଅନ୍ତର୍ଗତ ବୁରୁଝରୀ ନୁଆଁ ଗାଁ ଠାରେ ବିଳମ୍ବିତ ରାତିରେ ହୋଇଥିବା ଚୋରୀ ଘଟଣାରେ ବର୍ତମାନ ସୁଦ୍ଧା ପୋଲିସକୁ ସଫଳତା ମିଳି ନଥିବା ହେତୁ ସାଧାରଣରେ ଉଦବେଗ ପ୍ରକାଶ ପାଇଛି | ଗତ ରବିବାର ରାତିରେ ନୂଆଗାଁ ଗ୍ରାମର ସୁଦର୍ଶନଙ୍କ ଘରୁ ଗ୍ରିଲ ତାଲା ଭାଙ୍ଗି ଆଲମାରୀ ରୁ ଲକ୍ଷାଧିକ ଟଙ୍କା, ସୁନା ଓ ଲାପଟପ ଚୋରୀ ହୋଇଥିଲା | ତା ପରଦିନ ସୁଦର୍ଶନଙ୍କ ପରିବାର ତରଫରୁ ବେଗୁନିଆପଡା ଥାନାରେ ଏତଲା ଦେବା ପରେ ଘଟଣା ସ୍ଥଳରେ ଆଇଆଇସି ପହଞ୍ଚି ତଦନ୍ତ କରି ଫେରିଥିଲେ | ହେଲେ ବର୍ତମାନ ସୁଦ୍ଧା ୭ ଦିନ ବିତି ଯାଇଥିଲେ ମଧ୍ୟ ପୋଲିସକୁ ସଫଳତା ମିଳି ପାରିନାହିଁ | ଏ ନେଇ ଥାନା ଆଇଆଇସି ତଦନ୍ତ ଚାଲିଛି ବୋଲି କହିଛନ୍ତି। ସେପଟେ ଦିନକୁ ଦିନ ଚୋରଙ୍କ ପ୍ରାଦୁର୍ଭାବ ବଢ଼ି ଚାଲିଥିବା ଖବର ଆସୁଥିବା ବେଳେ ଗ୍ରାମବାସୀ ବର୍ତ୍ତମାନ ଆଶଙ୍କା ଓ ଭୟରେ ଅଛନ୍ତି।



More Stories
Odisha Vigilance catches an employee of Angul district in embezzlement of Rs 2.38 crore, searches have been launched at 5 locations.
ଜାତୀୟ ସ୍ତରୀୟ ବଡ଼ି ବିଲଡିଂ ପ୍ରତିଯୋଗିତାରେ ସଫଳତା ପାଇଲେ ଓମ ପ୍ରସାଦ
ନିଶିଗନ୍ଧା ଭାଷା ଓ ସାହିତ୍ୟ ସଂସଦ ପକ୍ଷରୁ କବିତା ପାଠୋତ୍ସବ।