କୋଦଳା, (ଆମ ଓଡିଶା ଖବର):କୋଦଳା ଏନଏସି ସ୍ଥିତ ପି.ଏମ ଶ୍ରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ପିଏମ ଶ୍ରୀ ଉତ୍ସବ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କବିସୂର୍ଯ୍ୟନଗର ବିଧାୟକ ଶ୍ରୀ ପ୍ରତାପ ନାୟକ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ କୁନିକୁନି ଛାତ୍ରଛାତ୍ରୀଙ୍କ ନିମନ୍ତେ ବହୁ ମୂଲ୍ୟ ଅଭିଭାଷଣ ପ୍ରଦାନ କରିଥିଲେ । ଏହା ସହ ଶିକ୍ଷାର ଗୁଣାତ୍ମକ ଉନ୍ନତି ଓ ପି.ଏମ.ଶ୍ରୀ ଯୋଜନାର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ ଶ୍ରୀ ନାୟକ । ସନମାନିତ ଅତିଥି ଭାବେ କୋଦଳା ନଗରପାଳ ଶ୍ରୀ ସୂର୍ଯ୍ୟ ନାରାୟଣ ନାୟକ ଯୋଗଦେଇ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଦେବା ସହ ବିଦ୍ୟାଳୟର ଭିତ୍ତିଭୂମି ସମ୍ପର୍କରେ ବିଧାୟକଙ୍କୁ ଅବଗତ କରାଇଥିଲେ । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସରୋଜ କୁମାର ମାଝୀ ସମ୍ପାଦକୀୟ ବିବରଣୀ ପାଠ କରିବା ସହିତ ଉପସ୍ଥିତ ଅତିଥି ମାନଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ । ଉତ୍ସବରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ,ନୃତ୍ୟ ଓ ସଙ୍ଗୀତ ପରିବେଷଣ କରାଯାଇଥିଲା । ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ସଫଳତା ପାଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସନମାନିତ ଅତିଥି ଭାବେ ବେଗୁନିଆପଡା ବିଇଓ ରୁଦ୍ର ନାରାୟଣ ସାହୁ,କୋଦଳା ମେଡିକାଲ ଇନଚାର୍ଜ ଆଦିତ୍ୟ ପ୍ରସାଦ ସାହୁ,ବିପିଏମ ସନ୍ତୋଷ କୁମାର ପଣ୍ଡା, ଏନଏସି ଉପାଧ୍ୟକ୍ଷା,ପୂର୍ବତନ ପ୍ରଧାନ ଶିକ୍ଷୟିତ୍ରୀ ସରୋଜିନୀ ବ୍ରହ୍ମ୍ଛା, କେ. ଚନ୍ଦ୍ରାବତୀ ପାତ୍ର,ସିଆରସିସି ବିଷ୍ଣୁ ପ୍ରସାଦ ସିଂ,ଅବସର ପ୍ରାପ୍ତ ଅଧ୍ୟକ୍ଷ ପଦ୍ମଚରଣ ପାଢ଼ୀ, କାଉନସିଲର ରିତାଞ୍ଜଳୀ ମିଶ୍ର, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଦେବେନ୍ଦ୍ର ପାଣ୍ଡୀ,ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଦସ୍ୟ,ସଦସ୍ୟାଙ୍କ ସମେତ ବିଦ୍ୟାଳୟ ର ଶତାଧିକ ଛାତ୍ର ଛାତ୍ରୀ ସହଯୋଗ କରିଥିଲେ । ଶିକ୍ଷକ ସରୋଜ କୁମାର ଜାଲି ସମ୍ପୂର୍ଣ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
ରିପୋର୍ଟ :ଦେବାଶିଷ ମହାରଣା


More Stories
ମଡ଼ର୍ଣ ଇଂଲିଶ ମିଡିଅମ୍ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ l
ମା ବୈଷ୍ଣୋବି ମହିଳା ମହାସଂଘର ବାର୍ଷିକ ଉତ୍ସବ ଅନୁଷ୍ଠିତ,ମନ ମୋହିଲା ନାଟକ “ଆମେ ସବୁ ମରି ସାରିଛୁ l
ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ