ବେଗୁନିଆପଡା, (ଆମ ଓଡିଶା ଖବର):ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଠାରେ ମଡ଼ର୍ଣ ଇଂଲିଶ ମିଡ଼ିଅମ ସ୍କୁଲର ୨୦ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ସ୍କୁଲର ପରିଚାଳକ ଏମ.ସଂଜୀବ କୁମାର ରାଓଙ୍କ ତତ୍ୱାବଧାନରେ ଆୟୋଜିତ ଉକ୍ତ ଉତ୍ସବରେ ମୁଖ୍ୟଅତିଥି ଭାବେ ଗଞ୍ଜାମ ଜିଲ୍ଲା ବରିଷ୍ଠ ବିଜେଡି ନେତା ଶ୍ରୀ ପ୍ରମୋଦ କୁମାର ପଣ୍ଡା ଯୋଗଦେଇ ଉଦଘାଟନ କରିଥିଲେ । ସନମାନିତ ଅତିଥି ଭାବେ ବେଗୁନିଆପଡା ବ୍ଲକ ଅଧ୍ୟକ୍ଷ ପ୍ରତିନିଧି ଶ୍ରୀ ଦୁର୍ଯ୍ୟୋଧନ ଗୌଡ଼ ଓ ଯୁବନେତା ଶ୍ରୀ ସିମାଞ୍ଚଳ ସାମଲ ଯୋଗ ଦେଇଥିଲେ। ମୁଖ୍ୟବକ୍ତା ଭାବେ ବେଗୁନିଆପଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ପ୍ରଭାତ କୁମାର ମିଶ୍ର ଓ ଅତିଥି ଭାବେ ଭଗବତୀ ବସ୍ତ୍ରାଳୟର ପରିଚାଳକ ଏମ.ରାଜେଶ୍ୱର ରାଓ ଯୋଗ ଦେଇଥିଲେ। ପୂର୍ବରୁ ବିଭିନ୍ନ ପ୍ରତିଯୋଗିତାରେ ସଫଳତା ପାଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ଓ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା। ସ୍କୁଲ ଛାତ୍ରୀ ଛାତ୍ରୀ ମାନଙ୍କ ଦ୍ୱାରା ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଅଭିଭାବକ ଓ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ। ପରିଶେଷରେ ସ୍କୁଲର ପରିଚାଳକ ଶ୍ରୀ ରାଓ ସଭାରେ ଯୋଗଦାନ କରିଥିବା ସମସ୍ତ ଅତିଥି, ଅଭିଭାବକ ମାନଙ୍କୁ ଧନ୍ୟବାଦ ଦେଇଥିଲେ ।
ରିପୋର୍ଟ :ଦେବାଶିଷ ମହାରଣା


More Stories
ଓଡ଼ିଆ ପକ୍ଷ ଉପଲକ୍ଷେ ରକ୍ତଦାନ ଶିବିର l
ଆସ ବହିଟିଏ କିଣିବା ଦିବସ ପାଳିତ l
ବି.ନୁଆଁଗାଁ ପିଏମଶ୍ରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ l