କେନ୍ଦ୍ରାପଡ଼ା ଉଚ୍ଚ ବିଦ୍ୟାଳୟର 1994 ମେଟ୍ରିକ ବ୍ୟାଚ ବନ୍ଧୁମିଳନ  l

କେନ୍ଦ୍ରାପଡ଼ା  (ଆମ ଓଡିଶା ଖବର )ତା. 18/01: କେନ୍ଦ୍ରାପଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟର 1994 ମ୍ୟାଟ୍ରିକ ବ୍ୟାଚର ବନ୍ଧୁ ମିଳନ ସ୍ଥାନୀୟ ଦୁହୁରିଆ ସ୍ଥିତ ବି. ଏସ. ଗାର୍ଡେନ ମଣ୍ଡପରେ ଅନୁଷ୍ଠିତ ହୋଇ ଯାଇଛି। ଦୀର୍ଘ 32 ବର୍ଷ ପରେ ସମସ୍ତ ବନ୍ଧୁମାନେ ଏକତ୍ରିତ ହୋଇ  ଅତୀତରେ ବିଦ୍ୟାଳୟ ପଢା ସମୟର ସମସ୍ତ ତିକ୍ତ ମଧୁର ଅନୁଭୂତି ବଖାଣିଥିଲେ। ବିଦ୍ୟାଳୟ ଓ ବିଦ୍ୟାଳୟର ଶିକ୍ଷକ ମାନଙ୍କ ପ୍ରଚେଷ୍ଟା କାରଣରୁ ବର୍ତ୍ତମାନ ସମୟରେ ଛାତ୍ରମାନେ  ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ହୋଇପାରିଛନ୍ତି। ତେଣୁ ଏହି ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଭା ର ବିକାଶ,ଗରିବ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଆର୍ଥିକ ସହାୟତା ଯୋଗାଇବା ଓ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ପାଇଁ ଚେଷ୍ଟା କରିବା ପାଇଁ ଆଜିର କାର୍ଯ୍ୟକ୍ରମରେ ନିଷ୍ପତ୍ତି ଗ୍ରହଣ କରାଗଲା। ଏହାର ପରିଚାଳନା ପାଇଁ ଏକ କମିଟି ଗଠନ କରାଗଲା। ଏହି କମିଟି ପାଇଁ ସଭାପତି – ଅଭିମନ୍ୟୁ ଗୋଛାୟତ, ଉପସଭାପତି- ଅମିତ ଅଗ୍ରୱାଲ, ସମ୍ପାଦକ -ଚିନ୍ମୟ ବିଶ୍ୱାଳ, ସହ- ସମ୍ପାଦକ -ମିର ହାଇଦର ଅଲ୍ଲୀ ଓ କୋଷାଧକ୍ଷ- ସେକ ଅତିଉଲ୍ଲାହଙ୍କୁ ମନୋନୀତ କରାଗଲା। ଏହି କାର୍ଯ୍ୟକ୍ରମରେ ପ୍ରସନ୍ନ ମିଶ୍ର, ବିଶ୍ଵରଞ୍ଜନ ରାଉତ,ଅକ୍ଷୟ କୁମାର ଦାସ, ଜିତେନ୍ଦ୍ର ବେହେରା, ରବୀନ୍ଦ୍ର ସାହୁ, ଗୌରାଙ୍ଗ ବେହେରା, ସେକ ମହମ୍ମଦ ନିୟାଯୁଦ୍ଦିନ, ଦେବେନ୍ଦ୍ର ଦାସ, ସୟଦ ମହମ୍ମଦ ସାଜିଦ, ସେକ ଅବଦୁଲ୍ଲା, ଅଶୋକ କୁମାର ଦାସ, ସେକ ଚମନ, ପଦ୍ମନାଭ ବାରିକ, ସେକ ଅକତର ହୁସେନ, ରଶ୍ମି ରଞ୍ଜନ ମହାରଣା, ସେକ ଫରଜ଼ାଣ୍ଡ, ସୁଶାନ୍ତ କୁମାର ମହଲା, ଜଗନ୍ନାଥ ବେହେରା ଓ ନାସିରୁଦ୍ଦିନ ଖାଁ ପ୍ରମୁଖ ଯୋଗ ଦେଇ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ। 

କେନ୍ଦ୍ରାପଡ଼ା ରୁ ନରେନ୍ଦ୍ର ଧଳଙ୍କ ରିପୋର୍ଟ ଆମ ଓଡିଶା ଖବର l

error: Content is protected !!