ବେଗୁନିଆପଡା, (ଆମ ଓଡିଶା ଖବର):ବେଗୁନିଆପଡା ସ୍ଥିତ ବାପୁଜୀ ଷ୍ଟାଡିୟମ ପରିସରରେ ମଧ୍ୟ ବିଶାଳ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମହାମଣ୍ଡେଳେଶ୍ୱର ସତ୍ୟାନନ୍ଦ ଗିରି ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସନ୍ଥ ଶ୍ରୀ ଦୀନବନ୍ଧୁ ଦାସ,ସୁଚିତ୍ରା ଦାସ ,ସ୍ୱାମୀ କ୍ରିଷ୍ଣା ନନ୍ଦ ଗିରି, ଶିବରାମ ଦାସ ମହାରାଜ ଆର ଏସ ଏସ ପକ୍ଷରୁ ସମ୍ପର୍କ ପ୍ରମୁଖ ସୁନୀଲ କୁମାର ଗୌଡ଼ ମୁଖ୍ୟବକ୍ତା ଭାବେ ଯୋଗଦେଇ ପଞ୍ଚ ପରିବର୍ତ୍ତନ ଉପରେ ବକ୍ତବ୍ୟ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ଆର ଏସ ଏସ ଜିଲ୍ଲା କାର୍ଯ୍ୟବାହ ସଞ୍ଜୟ କୁମାର ଦାଶ, ଜିଲ୍ଲା କାର୍ଯ୍ୟକର୍ତ୍ତା ନାରାୟଣ ପ୍ରଧାନ, ଗଣେଶ୍ବର ମୁଦୁଲି,ଖଣ୍ଡକାର୍ଯ୍ୟବାହ-ସଂଜୀବ କୁମାର ପ୍ରଧାନ ଓ ସମସ୍ତ ଆର ଏସ ଏସ କାର୍ଯ୍ୟକର୍ତ୍ତା ସହଯୋଗ କରିଥିଲେ।ଏହି ସମ୍ମିଳନୀର ସଭାପତି ସୁନୀଲ ରଥ ଓ ସମ୍ପାଦକ ସୁଶାନ୍ତ କୁମାର ପ୍ରଧାନ, ଦନାର୍ଦନ ଦାସ ପ୍ରମୁଖ ମଞ୍ଚ ପରିଚାଳନା କରିଥିଲେ । ଅନ୍ୟ ସାଧୁସନ୍ଥ ହିନ୍ଦୁ ଧର୍ମ,ହିନ୍ଦୁ ସଂସ୍କୃତି ଓ ହିନ୍ଦୁ ସମାଜର ସଂରକ୍ଷଣ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ ।
ରିପୋର୍ଟ :ଦେବାଶିଷ ମହାରଣା


More Stories
ଶ୍ରୀଗୌର ଜୟନ୍ତୀ ଏବଂ ବୈସ୍ନବାନନ୍ଦ ସରସ୍ଵତୀ”ଙ୍କ ଜୀବନୀ ପୂସ୍ତକ ତ୍ରୟ ଉନ୍ମୋଚିତ ଓ ଲୋକାର୍ପଣ ।
କବିରାଜ ଶିବରାମ ନନ୍ଦଙ୍କ ବିୟୋଗ, ବିଭିନ୍ନ ମହଲରେ ଶୋକର ଛାୟା ବାତାବରଣ।
ଆତ୍ମସୁରକ୍ଷା କୌଶଳ ତାଲିମ ଶିବିର ଉଦଯାପିତ l