ପ୍ରାଥମିକ ଶିକ୍ଷକ ସଂଘ ପୂର୍ବତନ ସଭାପତି ଓ ପୂର୍ବତନ ମହାସଚିବଙ୍କ ବିୟୋଗରେ ଶୋକସଭା l 

କେନ୍ଦ୍ରାପଡ଼ା,(ଆମ ଓଡିଶା ଖବର )୧୯ା୧: ନିଖିଳ ଉକôଳ ପ୍ରାଥମିକ ଶିକ୍ଷକ ଫେଡେରେସନର ପୂର୍ବତନ ସଭାପତି ସ୍ୱର୍ଗତ ଜଗନ୍ନାଥ ମହାନ୍ତି ଓ ପୂର୍ବତନ ମହାସଚିବ ସ୍ୱର୍ଗତ ସଚ୍ଚିଦାନନ୍ଦ ରାଉତଙ୍କ ବିୟୋଗରେ ଶୋକସଭା । କେନ୍ଦ୍ରାପଡା ଜିଲ୍ଲା ଅବସର ପ୍ରାପ୍ତ ପ୍ରାଥମିକ ଶିକ୍ଷକ ସଂଘର ମିଳିତ ଉଦ୍ୟମରେ ସଦର ମହକୁମାସ୍ଥ ମୀରପାଟଣା ପ୍ରାଥମିକ ବିଦ୍ୟାଳୟରେ ରାଷ୍ଟ୍ରପତି ପୁରଷ୍କାର ପ୍ରାପ୍ତ ଶିକ୍ଷକ ସୁଭାଂଶୁ କୁମାର ଦାସଙ୍କ ସଭାପତିତ୍ୱରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ସଭା ଆରମ୍ଭରେ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରାଯାଇ ସର୍ବଧର୍ମ ପ୍ରାର୍ଥନା କରାଯାଇଥିଲା । ସଭାରେ ଦୁଇ ଶିକ୍ଷକ ନେତାଙ୍କ ବହୁମୁଖୀ ପ୍ରତିଭା ଓ ସଂଘ କାର୍ଯ୍ୟକଳାପ ଉପରେ ଆଲୋଚନା କରିଥିଲେ । ଫେଡେରେସନର ଉପଦେଷ୍ଟା ଭ୍ରମର ରାଉତ, ଜିଲ୍ଲା ସଂଘ ସମ୍ପାଦକ ବିଶ୍ୱ ଭୂଷଣ ମଲ୍ଲିକ, ମହାକାଳପଡା ବ୍ଲକ ସଂଘ ସଭାପତି ମନୋଜ କୁମାର ନନ୍ଦ, ଅନାଦି ଚରଣ ମାହାଳି, ଭଞ୍ଜ କିଶୋର ସ୍ୱାଇଁ, ସେକ ଗୟାସୁଦ୍ଧିନ୍, ସେକ ମନସୁର ଅଲ୍ଲୀ, ରନôାକର ସ୍ୱାଇଁ, କୈଳାସ ଚନ୍ଦ୍ର ମହାନ୍ତି, ବିପିନ ବିହାରୀ ପାଲ, ଅଶୋକ କୁମାର ସାହୁ, ବିଦ୍ୟାଧର ବରଜ, ପ୍ରକାଶ କୁମାର ଷଢଙ୍ଗୀ ସ୍ୱର୍ଗତ ରାଉତଙ୍କ ନେତୃତ୍ୱରେ ପ୍ରାଥମିକ ଶିକ୍ଷକ ସହକାରୀ କର୍ମଚାରୀ ଭାବେ ମାନ୍ୟତା ପାଇଥିବାର ପ୍ରାଥମିକ ଶିକ୍ଷକଙ୍କ ସ୍ମରଣୀୟ ହୋଇ ରହିବେ ବୋଲି ବକ୍ତାମାନେ କହିଥିଲେ ।

କେନ୍ଦ୍ରାପଡ଼ା ରୁ ନରେନ୍ଦ୍ର ଧଳଙ୍କ ରିପୋର୍ଟ ଆମ ଓଡିଶା ଖବର l

error: Content is protected !!