ସିଂହ ସାରଳା ପୀଠରେ ବାର୍ଷିକ ଉତ୍ସବ ଅନୁଷ୍ଠିତ l

ପଟ୍ଟାମୁଣ୍ଡାଇ(ଆମ ଓଡିଶା ଖବର) 21/01 ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ କୁଳସାହି ଗ୍ରାମର ସିଂହ ସାରଳା  ପୀଠରେ ତୃତୀୟ ବାର୍ଷିକ ଉତ୍ସବ ଓ ଯଜ୍ଞ ବିପୁଳ ଆନନ୍ଦ ଉଲ୍ଲାସର ସହିତ ଭକ୍ତିମୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି I ପଣ୍ଡିତ  ଓ ବେଦଜ୍ଞ ବ୍ରାହ୍ମଣ ଙ୍କ ଦ୍ୱାରା ଯଜ୍ଞର  ନୀତିକ୍ରାନ୍ତି ଓ ସମସ୍ତ କାର୍ଯ୍ୟକ୍ରମ ସମ୍ପନ୍ନ କରିଥିଲେ I ଯଜ୍ଞ ଅବ୍ୟବହିତ ପୂର୍ବରୁ କୁଳସାହି ଗ୍ରାମ ର ମହିଳା ଓ ପୁରୁଷ ମାନଙ୍କୁ ନେଇ ଏକ ଭବ୍ୟ  କଳସ ଯାତ୍ରା କରାଯାଇଥିଲା I ବ୍ରାହ୍ମଣ ମାନଙ୍କ ମନ୍ତ୍ର ଉଚ୍ଚାରଣ, ଭକ୍ତ ମାନଙ୍କ ହରିବୋଲ ଓ ହୁଳହୁଳି ରେ ମନ୍ଦିର ପ୍ରାଙ୍ଗଣ ଫାଟି ପଡୁଥିଲା I ଆଧ୍ୟାତ୍ମିକ ପରିବେଶ ରେ ଗ୍ରାମ ର ସମସ୍ତ ଜନସାଧାରଣ ମା ଙ୍କ ଆଶ୍ରିବାଦ ନେବା ସହିତ ଆନନ୍ଦ ବଜାର ରେ ପ୍ରସାଦ ସେବନ କରିଥିଲେ I I  ଅରୁଣ ଦାଶନ ଙ୍କ ସଂଯୋଜନା ରେ ଗଜେନ୍ଦ୍ର ଦାସ,ଅଭିମନ୍ୟୁ ଦାସ, ମଧୁସୂଦନ ଦାସ,ଅନୁ ଦାସ ଙ୍କ ତତ୍ୱାବଧାନ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I  ତିନି ଦିନ ଧରି ଉତ୍ସବ ମୁଖର ହୋଇଥିଲା ମାଙ୍କ ପୀଠ l ପ୍ରତେହ ସନ୍ଧ୍ୟା ରେ ଭକ୍ତିମୟ କାର୍ଯ୍ୟକ୍ରମ ମାଧ୍ୟମ ରେ ଭକ୍ତ ମନରଞ୍ଜନ କରାଯଇଥିଲା l ଚିତ୍ତରଞ୍ଜନ ଆରୁଖ,କ୍ଷୀରୋଦ ମଲ୍ଲିକ,ତନୋଜ ଆରୁଖ,ବିରଞ୍ଜି ମଲ୍ଲିକ ଓ କାଳନ୍ଦୀ ମଲ୍ଲିକ ପ୍ରମୁଖ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l ଏହି ବାର୍ଷିକ ଉତ୍ସବ ରେ ଭକ୍ତ ମାନେ ଯୋଗ ଦେଇ ମା’ଙ୍କ ଆଶୀର୍ବାଦ ଭିକ୍ଷା କରିବା ସହିତ ଅଂଚଳର ମଙ୍ଗଳ କାମନା କରିଥିଲେ l 

କେନ୍ଦ୍ରାପଡ଼ା ରୁ ନରେନ୍ଦ୍ର ଧଳଙ୍କ ରିପୋର୍ଟ ଆମ ଓଡିଶା ଖବର l

error: Content is protected !!