ବେଗୁନିଆପଡା, (ଆମ ଓଡିଶା ଖବର): ବେଗୁନିଆପଡା ବ୍ଲକର ଜନତା ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କବିସୂର୍ଯ୍ୟନଗର ବିଧାୟକ ଶ୍ରୀ ପ୍ରତାପ ନାୟକ ଯୋଗଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିବା ବେଳେ ବିଜ୍ଞାନ ମେଳା ବୁଲି ଦେଖିବା ସହିତ ଛାତ୍ରଛାତ୍ରୀ ମାନଙ୍କୁ କିଛି ଶୈକ୍ଷିକ ଉପଦେଶ ଦେଇଥିଲେ ।ସନମାନିତ ଅତିଥି ଭାବେ ବ୍ଲକ ଶିକ୍ଷାଧିକାରୀ ରୁଦ୍ର ନାରାୟଣ ସାହୁ ଯୋଗଦେଇ କୁନି କୁନି ଛାତ୍ରଛାତ୍ରୀଙ୍କ ବିଭିନ୍ନ ବିଜ୍ଞାନ ଭିତିକ ହାତ ତିଆରି କାରୁକାର୍ୟ୍ଯକୁ ବୁଲି ଦେଖିଥିଲେ । ବିଚାରପତି ଭାବେ ଲକ୍ଷ୍ମୀ ନାରାୟଣ ସ୍ନାତକ ମହାବିଦ୍ୟାଳୟରୁ ଆସିଥିବା ଅଧ୍ୟାପକ ବୀରେନ୍ଦ୍ର ପାଲ, ଆଶୁତୋଷ ସାହୁ ପ୍ରମୁଖ ସମସ୍ତ ବିଜ୍ଞାନଭିତିକ କାରୁକାର୍ୟ୍ଯକୁ ଅନୁଧ୍ୟାନ କରିବା ସହିତ ଜିଲ୍ଲା ସ୍ତରୀୟ ପ୍ରଦର୍ଶନୀ ପାଇଁ ଭଲ ପ୍ରଦର୍ଶନ କରିଥିବା ତିନି ଜଣ ଛାତ୍ରଛାତ୍ରୀଙ୍କୁ ବାଛିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଲକ ଅତିରିକ୍ତ ଶିକ୍ଷାଧିକାରୀ ଜ୍ୟୋତିର୍ମୟୀ ନନ୍ଦ,ରବୀନ୍ଦ୍ର ଶବର,ବେଗୁନିଆପଡା ଥାନା ଏସ ଆଇ ସୁଶୀଲ କୁମାର ବେହେରା, ରାଗପୁର ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ମିଳନ କୁମାର ପୁରୋହିତ,ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମୀନକେତନ ମହାରଣା,କୃଷ୍ଣ ଗୌଡ଼,ଶିକ୍ଷକ ପଙ୍କଜ କୁମାର ବେହେରା ପ୍ରମୁଖ ମଞ୍ଚାସିନ ଥିଲେ । ଶିକ୍ଷକ ରବି ଶତପଥି ମଞ୍ଚ ପରିଚାଳନା କରିଥିଲେ ।
ରିପୋର୍ଟ :ଦେବାଶିଷ ମହାରଣା


More Stories
ଶ୍ରୀଗୌର ଜୟନ୍ତୀ ଏବଂ ବୈସ୍ନବାନନ୍ଦ ସରସ୍ଵତୀ”ଙ୍କ ଜୀବନୀ ପୂସ୍ତକ ତ୍ରୟ ଉନ୍ମୋଚିତ ଓ ଲୋକାର୍ପଣ ।
କବିରାଜ ଶିବରାମ ନନ୍ଦଙ୍କ ବିୟୋଗ, ବିଭିନ୍ନ ମହଲରେ ଶୋକର ଛାୟା ବାତାବରଣ।
ଆତ୍ମସୁରକ୍ଷା କୌଶଳ ତାଲିମ ଶିବିର ଉଦଯାପିତ l