ଖୋର୍ଦ୍ଧା ଜିଲ୍ଲା (ଆମ ଓଡ଼ିଶା ଖବର ) ଡେଲାଙ୍ଗ ତା ୨୩-୦୧-୨୬ଜଟଣୀ ବ୍ଲକ ଅନ୍ତର୍ଗତ ବଡତୋଟା ନିବାସୀ ସରକାରୀ କଳାକାର ଭତ୍ତା ପ୍ରାପ୍ତ ସଂକୀର୍ତନ ଗୁରୁ ଶ୍ରୀଯୁକ୍ତ ଚରଣ ବାରିକଙ୍କ ବିୟୋଗରେ ଏକାଦଶାହ ଓ ସୃତିଚାରଣ ସଭା ଅନୁଷ୍ଠିତ ହୋଇ ଯାଇଛି। ଆୟୋଜିତ ସ୍ମୃତି ସଭାରେ ଶିକ୍ଷାବିତ ଶ୍ରୀଯୁକ ଜବାହରଲାଲ ସୁବୁଦ୍ଧି ସଭାପତିତ୍ୱ କରିଥିଲେ l ଏଥିରେ ମୁଖ୍ୟ ଅତିଥି ଭାବେ ପଣ୍ଡିତ ରମାକାନ୍ତ ମିଶ୍ର, ମୁଖ୍ୟ ବକ୍ତା ଭାବେ ପଣ୍ଡିତ ଶ୍ରୀଯୁକ୍ତ ପଦ୍ମନାଭ ପାଣିଗ୍ରାହୀ, ପାଲାକାର ଶ୍ରୀଯୁକ୍ତ ଶକ୍ତିଧର ମହାପାତ୍ର, ରସିକଚନ୍ଦ୍ର ମହାପାତ୍ର, ବିଶିଷ୍ଟ ସମାଜସେବୀ ସରାଙ୍ଗଧର ବେହେରା,ଶିକ୍ଷାବିତ ଅର୍ଜୁନ ବାରିକ,ଡ଼କ୍ଟର ଗୌରହରି ମିଶ୍ର ଙ୍କ ସହ ଗ୍ରାମର ଶତାଧିକ ଚରଣ ପ୍ରେମୀ ଉପସ୍ଥିତ ଥିଲେ l ଚରଣ ଙ୍କ ସଂକୀର୍ତନ କଳା ଏବଂ ତାଙ୍କର ସମାଜ ସେବା ସହିତ ଗୁରୁ ଭାବରେ ଓଡିଶୀ ସଂକୀର୍ତ୍ତନର କିପରି ରକ୍ଷା କରାଯାଇ ପାରିବ ସେଥିପାଇଁ ସର୍ବଦା ଚେଷ୍ଟିତ ଥିଲେ l ତାଙ୍କର ଅମର ଆତ୍ମା ର ସଦଗତି ସହିତ ନିରବ ପ୍ରାର୍ଥନା କରାଯିବା ସଙ୍ଗେ ସଙ୍ଗେ ସାମୁହିକ ପ୍ରସାଦ ସେବନ କରାଯାଇଥିଲା ଡେଲାଙ୍ଗ ରୁ ନୀଳାମ୍ବର ମିଶ୍ରଙ୍କ ରିପୋର୍ଟି ଆମ ଓଡ଼ିଶା ଖବର
ସଂକୀର୍ତନ ଗୁରୁ ଚରଣ ବାରିକଙ୍କ ସ୍ମୃତିରେ ଶୋକ ସଭା l


More Stories
ଶ୍ରୀ ଚୈତନ୍ଯ ରିସର୍ଚ ପାଳିଲେ ବସନ୍ତ ଉତ୍ସବ, ଲୋକାର୍ପଣ୍ କଲେ ଗ୍ରନ୍ଥ।
ଫକିରାବାଦ ଉର୍ଦ୍ଦୁ ବିଦ୍ୟାଳୟେର ନେତାଜୀ ଜୟନ୍ତୀେ l
ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ l