ବେଗୁନିଆପଡା, (ଆମ ଓଡିଶା ଖବର):ପବିତ୍ର ମା’ସରସ୍ବତୀଙ୍କ ପୂଜା ଅବସରରେ ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଅଙ୍ଗାରଗାଁ ଶ୍ରୀକ୍ରିଷ୍ଣାନଗର ସ୍ଥିତ ଗୌଡିୟ ବେଦାନ୍ତ ବିଦ୍ୟାଳୟ ପରିସରରେ ବିଦ୍ୟା ପ୍ରାରମ୍ଭ ମହୋତ୍ସବ ତଥା ଭୂମି ପୂଜନ ସମାରୋହ ବୈଦିକ ରୀତିନୀତି ଅନୁସାରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ସଭାପତି ଶ୍ରୀପଦ ରମଣୀ ମୋହନ ଦାସଙ୍କ ତତ୍ୱାବଧାନରେ ଆୟୋଜିତ ଏହି ପୂଜା ଵିଧି ଅବସରରେ କର୍ତ୍ତା ଭାବେ ବିଦ୍ୟାଳୟର ଉପସଭାପତି ଶ୍ରୀ ପୁର୍ଣ ଚନ୍ଦ୍ର ବେହେରା ଯୋଗଦେଇ ଯଜ୍ଞ କାର୍ଯ୍ୟ କୁ ସମାପନ କରିବା ସହିତ କୁନିକୁନି ପିଲାଙ୍କ ପ୍ରାରମ୍ଭ ନାମ ଲେଖାରେ ସହଯୋଗ କରିଥିଲେ । ବୈଦିକ ରୀତିନୀତି ତଥା ହୋମ ଯଜ୍ଞ ମାଧ୍ୟମରେ କୁନି କୁନି ପିଲାଙ୍କ ଭବିଷ୍ୟତ ଗଢିବା ପାଇଁ ବାପା, ମା, ଅଭିଭାବକ ମାନେ ନିଜ ପିଲାଙ୍କୁ ଖଡ଼ି ଛୁଆଇଁ ବିଦ୍ୟା ପ୍ରାରମ୍ଭ ପାଇଁ ନାମ ଲେଖାଇଥିଲେ । ଏହି ଅବସରରେ ଏକ ନୂତନ ବିଦ୍ୟାଳୟ ଗୃହ ନିମନ୍ତେ ଭୂମି ପୂଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଉପ ସଭାପତି ରମେଶ ଚନ୍ଦ୍ର ସ୍ୱାଇଁ, ସମ୍ପାଦକ ଚନ୍ଦନ କୁମାର ଜେନା ଙ୍କ ସମେତ ବିଦ୍ୟାଳୟ ସମସ୍ତ ଛାତ୍ରଛାତ୍ରୀ,ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକ ଉପସ୍ଥିତ ଥିଲେ । ପ୍ରକାଶ ଥାଉକି ଚଳିତ ମାସ ୨୫, ୨୬ ତାରିଖରେ ବିଦ୍ୟାଳୟ ର ବାର୍ଷିକ ଉତ୍ସବ (ଉନ୍ମନା) କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିବା ବେଳେ ଅଞ୍ଚଳର ସମସ୍ତ କୁନି କୁନି ପିଲାଙ୍କୁ ଏହି ବିଦ୍ୟାଳୟରେ ପ୍ରବେଶ କରାଇ ପିଲାଙ୍କ ବୌଦ୍ଧିକ ବିକାଶ, ଆଧ୍ୟାତ୍ମିକ ବିକାଶ ଦିଗରେ ଭବିଷ୍ୟତ ଗଢିବା ନିମନ୍ତେ ପିତା, ମାତା ତଥା ଅଭିଭାବକ ମାନଙ୍କୁ ନିବେଦନ କରିଛନ୍ତି ଅନୁଷ୍ଠାନର ସମ୍ପାଦକ ଚନ୍ଦନ କୁମାର ଜେନା ।
ରିପୋର୍ଟ :ଦେବାଶିଷ ମହାରଣା


More Stories
ପି.ଏମ ଶ୍ରୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ପି.ଏମ ଶ୍ରୀ ଉତ୍ସବ ପାଳିତ
ସ୍ବାମୀ ବିବେକାନନ୍ଦ ବିଦ୍ୟାମନ୍ଦିରର ତ୍ରୟୋବିଂଶତମ ସ୍ବନକ୍ଷତ୍ର ଦିବସ ପାଳିତ
କଳାକାର ସଂକୀର୍ତନ ଗାୟକ ଚରଣ ବାରିକଙ୍କ ଦେହାନ୍ତରେ ଶୋକ l