ଚାନ୍ଦପୁର (ଆମ ଓଡ଼ିଶା ଖବର )’ସୁପର-ସଣ୍ଡେ ସୋସିଆଲ କ୍ଲବ’ ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଚାନ୍ଦପୁର ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା’ ରାମଚଣ୍ଡୀ ଙ୍କ ମନ୍ଦିର ପରିସରରେ ଏହି ‘ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହେଇଥିଲା ।

୧୦୨ ୟୁନିଟ ରକ୍ତଦାତା ସ୍ବେଛାକୃତ ଭାବେ ରକ୍ତଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର ଛାତ୍ର ସଭାପତି ଚିନ୍ମୟ ସାହୁ, ଉପସଭାପତି ମନୋଜ ସେନାପତି ଓ ପ୍ରଫୁଲ କୁମାର ନାୟକ, ସିନେ ଅଭିନେତା ବବି ମିଶ୍ର, ପୂର୍ବତନ ବିଧାୟକ ( ରଣପୁର ) ସତ୍ୟନାରାୟଣ ପ୍ରଧାନ, ପୂର୍ବତନ ବିଧାୟକ ( ଖୋର୍ଦ୍ଧା ) ରାଜେନ୍ଦ୍ର କୁମାର ସାହୁ, ଭାରତୀୟ ଜନତା ପାର୍ଟିର ନୟାଗଡ଼ ଜିଲ୍ଲା ସଭାପତି ତାପସ ରଞ୍ଜନ ମାର୍ଥା, ରଣପୁର ବ୍ଲକ ଅଧକ୍ଷା ନିର୍ମଳା ବେହେରା, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ବିଜୟ କେତେନ ସାହୁ ଓ ସ୍ବଦେଶ ରାଉତରାୟ, ସମାଜସେବୀ ତ୍ରିନାଥ ବିଶ୍ଵାଳ , ସାଂସଦଙ୍କ ପ୍ରତିନିଧି ଚିନ୍ମୟ ପୃଷ୍ଟି ପ୍ରମୁଖ ଉପସ୍ଥିତ ରହି ସ୍ବେଛାକୃତ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ ବୋଲି ‘ସୁପର-ସଣ୍ଡେ ସୋସିଆଲ କ୍ଲବ’ ର ସଭାପତି ବିଶ୍ୱଜିତ ସାହୁ କହିଛନ୍ତି ।

ଏହା ସହିତ ‘ସୁପର-ସଣ୍ଡେ ସୋସିଆଲ କ୍ଲବ’ ର ସମସ୍ତ ସଦସ୍ୟ ଏହି କାର୍ଯ୍ୟକ୍ରମକୁ ସଂଯୋଜନା ଓ ପରିଚାଳନା କରିଥିଲେ । ଚାନ୍ଦପୁର ଅଞ୍ଚଳର ଅଗ୍ରଣୀ ଯୁବଗୋଷ୍ଠୀ ମାନଙ୍କୁ ନେଇ ଗଠିତ ‘ସୁପର-ସଣ୍ଡେ ସୋସିଆଲ କ୍ଲବ’ ର ଏଭଳି ପ୍ରୟାସକୁ ଟାଙ୍ଗୀ-ଚାନ୍ଦପୁର-କନ୍ଧନୟାଗଡ଼ ଓ ଏହାର ଆଖପାଖ ଅଞ୍ଚଳରେ ଥିବା ସମାଜସେବୀ ଓ ବୁଦ୍ଧିଜୀବୀ ମାନେ ସାଧୁବାଦ ଜଣାଇଛନ୍ତି ।


More Stories
ଅଙ୍ଗାର ଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳିତ l
ଶ୍ରୀ ଚୈତନ୍ଯ ରିସର୍ଚ ପାଳିଲେ ବସନ୍ତ ଉତ୍ସବ, ଲୋକାର୍ପଣ୍ କଲେ ଗ୍ରନ୍ଥ।
ଫକିରାବାଦ ଉର୍ଦ୍ଦୁ ବିଦ୍ୟାଳୟେର ନେତାଜୀ ଜୟନ୍ତୀେ l