ବେଗୁନିଆପଡା, (ଆମ ଓଡିଶା ଖବର):ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଅଙ୍ଗାରଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରକାଶ ଚନ୍ଦ୍ର ଭୂୟାଁ ଙ୍କ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅଙ୍ଗାରଗାଁ ସରପଞ୍ଚ ଶ୍ରୀମତୀ ନିଳେନ୍ଦ୍ରି ସେଠି ଯୋଗଦେଇ କୁନିକୁନି ଛାତ୍ରଛାତ୍ରୀଙ୍କ ଉଧ୍ୟେଶ୍ୟରେ ଏହି ଦିବସ ପାଳନର ଯଥାର୍ଥତା ସମ୍ପର୍କରେ ବହୁ ମୂଲ୍ୟ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ଜାତି ତଥା ଆମ ସମସ୍ତଙ୍କ କର୍ତବ୍ୟ ଉପରେ ଆଲୋକପାତ କରିଥିଲେ ପ୍ରଧାନଶିକ୍ଷକ ଶ୍ରୀ ଭୂୟାଁ । ଏହି କାର୍ଯ୍ୟକ୍ରମରେ ସରପଞ୍ଚ ପ୍ରତିନିଧି ପୁର୍ଣ ଚନ୍ଦ୍ର ସେଠି, କମିଟି ସଭାପତି ଟୁନା ସ୍ୱାଇଁ, ବଳରାମ ସାହୁ, ରାମକୃଷ୍ଣ ଜେନା, ବାରିକ ମୁଦୁଲି, ବନିତା ସେଠି, କୌଶଲ୍ୟା ପାତ୍ର, କମିଟି ସଭ୍ୟା ବୁଲି ସ୍ୱାଇଁ, ଶିକ୍ଷକ ରବୀନ୍ଦ୍ର ବିଶ୍ୱାଳ, ସବିତା ବେହେରା, ଛବିତା ବିଶୋଇ ଙ୍କ ସମେତ କୁନି କୁନି ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ ।
ରିପୋର୍ଟ:ଦେବାଶିଷ ମହାରଣା


More Stories
ସାଙ୍କୁଡ଼ା ଧବଳେଶ୍ୱର ଠାରେ ବିଜେପି ମହିଳାମୋର୍ଚ୍ଚା ପକ୍ଷରୁ ଜନ ଆକ୍ରୋଶ ସମାବେଶ l
ରାୟ ରାମାନନ୍ଦଙ୍କ ତିରୋଭାବ୍ ପାଳିଲେ ଶ୍ରୀଚୈତନ୍ଯ ରିସର୍ଚଆସୋସିଏସନ।
ଯୁକ୍ତ ତିନି ଶେଷବର୍ଷ ଛାତ୍ରଛାତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା l