ଜଟଣୀ: “ଆମ ଓଡ଼ିଶା ଖବର” ଜଟଣୀ ପୂଜ୍ୟପୂଜା ସଂଗଠନ ପାଳିଲେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ମହାପ୍ରୟାଣ ଦିବସ। ପ୍ରତେକ ବର୍ଷ ଭଳି ଚଳିତବର୍ଷ ୩୦ ଜାନୁଆରି ଦିନ ଗାନ୍ଧୀ ପାର୍କରେ ମହାତ୍ମାଗାନ୍ଧୀଙ୍କ ପ୍ରତି ମୁର୍ତ୍ତିରେ ପୁଷ୍ପମାଲ୍ଯ, ଧୁପ ଓ ଦିପ ଦେଇ ପବିତ୍ର ଦିବସକୁ ମହାଆଡମ୍ବର ସହିତ ପାଳିଥିଲେ। ଉପସ୍ଥିତ ଗାନ୍ଧିପ୍ରେମି ମାନେ, ଏହି ପବିତ୍ର ଅବସରରେ ପୂଜ୍ୟପୂଜା ସଂଗଠନର ମୁଖ୍ୟ ଶ୍ରୀ ଅବନି କୁମାର ରାଉତରାୟ ଏବଂ କର୍ମକର୍ତ୍ତା, ବୁଦ୍ଧିଜୀବୀ ମାନେ ପୁର୍ବାହ୍ନ ୮ ଘଟିକା ସମୟରେ ଉପସ୍ଥିତ ରହି ମହାତ୍ମାଗାନ୍ଧୀଙ୍କ ଗୁଣଗାନ, ସଂଗୀତ ଗାନ ସହିତ ଜୀବନ ଇତିହାସକୁ ଦୋରାଇଥିଲେ। ବିଶେଷ କରି ଅହିଂସାକୁ ପାଥେୟ କରି ବିଦେଶୀଙ୍କ କବଳରୁ କିପରି ଦଶକୁ ଫେରାଇ ଆଣିବା, ୧୯୪୮ ମସିହାରେ ନାଥୁରାମ ଗଡସେ ଦ୍ୱାରା ଆତ୍ମା ଦେଇଥିବା ଭଳି କାର୍ଯ୍ୟ କଳାପ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ଶର୍ବ ଶେଷର ମିଳିତ ଭାବେ, ସେହି ମହାନ ବିଦେଇ ଆତ୍ମାର ସଦଗତି କାମନା କରି ସଭା ସାଙ୍ଗ କରା ଯାଇଥିଲା।
ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।


More Stories
ଜାତୀୟ ସ୍ତରୀୟ ବଡ଼ି ବିଲଡିଂ ପ୍ରତିଯୋଗିତାରେ ସଫଳତା ପାଇଲେ ଓମ ପ୍ରସାଦ
ନିଶିଗନ୍ଧା ଭାଷା ଓ ସାହିତ୍ୟ ସଂସଦ ପକ୍ଷରୁ କବିତା ପାଠୋତ୍ସବ।
ଦୁର୍ନୀତି ଓ ଜାଲିଆତିର ଗନ୍ତାଘର ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷା କାର୍ଯ୍ୟାଳୟ l