କେନ୍ଦ୍ରାପଡ଼ା(ଆମ ଓଡିଶା ଖବର )29/01କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ କାର୍ଯ୍ୟାଳୟରେ ଏବେ କୌଣସି ସରକାରୀ ନିୟମ ଅନୁଯାୟୀ କାର୍ଯ୍ୟ ହେଉନାହିଁ, ବ୍ଲକ ଶିକ୍ଷା ଅଧିକାରୀ ଓ ବଡବାବୁଙ୍କ ଇଚ୍ଛା ଅନୁସାରେ କାର୍ଯ୍ୟ ଚାଲିଛି। ମିଳିଥିବା ସୂଚନା ଅନୁସାରେ ଏହି ବ୍ଲକ ଅନ୍ତର୍ଗତ ତଳ ବାଲିପଡା ସ୍କୁଲର ପ୍ରଧାନଶିକ୍ଷକ ଦୀର୍ଘ୍ ଦିନ ଛୁଟିରେ, ଗ୍ରାମବାସୀ ସ୍କୁଲ ରେ ତାଲା ପକାଇବା ପରେ ଜଣେ ମହିଳା ଶିକ୍ଷକଙ୍କୁ କଷଣଅଣ୍ଟା ସ୍କୁଲରୁ ବେନିୟମ ଭାବେ ଡେପୁଟେଶନ ରେ ପଠାଯାଇଛି।

ନିୟମ ଅନୁଯାୟୀ ସ୍କୁଲର ସର୍ବ ବରିଷ୍ଠ ଶିକ୍ଷକଙ୍କୁ ପଠାଯିବା କଥା, ତା ଛଡ଼ା ଛୁଟିରେ ଥିବା ପ୍ରଧାନଶିକ୍ଷକ କୌଣସି ଦାୟିତ୍ଵ ହସ୍ତାନ୍ତର ନ କରି ଘରୁ ମଧ୍ୟାହ୍ନ ଭୋଜନ ପରିଚାଳନା କରୁଛନ୍ତି, ବିଶ୍ଵସ୍ତ ସୂତ୍ରରୁ ଜଣାପଡିଛି, ଡେପୁଟେଶନ ରେ ଯିବା ପାଇଁ କ୍ଳଷ୍ଟର ସିଆରସିସି ବାଳିପଡ଼ା ସ୍କୁଲ ର ଜଣେ ପୁରୁଷ ଶିକ୍ଷକଙ୍କ ନାମ ସୁପାରିଶ କରିଥିଲେ, କେଉଁ କାରଣରୁ ଏ ମହିଳା ଶିକ୍ଷକଙ୍କୁ ବେନିୟମ ଭାବେ ପଠାଗଲା ବିଇଓ ଙ୍କ ପାଖରେ ଉତ୍ତର ନାହିଁ, ଏହି ପ୍ରତିନିଧି ତଳ ବାଳିପଡା ସ୍କୁଲ ପରିଦର୍ଶନ ବେଳେ ସ୍କୁଲ ର ଅବସ୍ଥା ଦେଖି ତାଜୁବ, ବିପଦ ସଙ୍କୁଳ ଅବସ୍ଥା ମଧ୍ୟରେ ପିଲାଙ୍କ ପାଠ ପଢା ଚାଲିଛି, ପାଇଖାନା ନାହିଁ, ପିଲାଙ୍କୁ ଏ ପର୍ୟ୍ୟନ୍ତ ପୋଷାକ ଓ ଖାଇବା ପାଇଁ ବାସନ ଦିଆଯାଇ ନାହିଁ।

ଅନୁସନ୍ଧାନରୁ ଜଣାପଡେ ଯେ ବଡ଼ବାବୁଙ୍କ ମାଧ୍ୟମରେ ମୋଟା ଅଙ୍କର ଲାଞ୍ଚ କାରବାର ଚାଲିଛି। ମଧ୍ୟାହ୍ନ ଭୋଜନ ର କୌଣସି ତଦାରଖ ଆଉ ନାହିଁ, ଏହା ଛଡ଼ା ଅବସର ନେଉଥିବା ଶିକ୍ଷକଙ୍କ ପେନସନ କାଗଜ ପ୍ରସ୍ତୁତିରେ ମଧ୍ୟ ଲକ୍ଷାଧିକ ଟଙ୍କା ର ଲାଞ୍ଚ କାରବାର ଚାଲିଛି, କୌଣସି ଦସ୍ତାବେଜ, କୌଣସି ନିୟମ ଦରକାର ନାହିଁ,ଏଠାରେ କିଛି କାର୍ଯ୍ୟ ରତ କର୍ମଚାରୀ ତଦନ୍ତ ସାପେକ୍ଷ l ଆଗକୁ ଦେଖିବାକୁ ବାକି ରହିଲା କେନ୍ଦ୍ରାପଡ଼ା ଜିଲ୍ଲାପାଳ, ଜିଲ୍ଲା ଶିକ୍ଷାଧିକାରୀ ଦୁର୍ନୀତି ର ଗନ୍ତାଘର ପାଲଟିଥିବା ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟକୁ କେବେ ଦୁର୍ନୀତି ମୁକ୍ତ କରିବେ ?
କେନ୍ଦ୍ରାପଡ଼ା ରୁ ନରେନ୍ଦ୍ର ଧଳଙ୍କ ରିପୋର୍ଟ ଆମ ଓଡିଶା ଖବର l


More Stories
ଜିଲ୍ଲା ପରିଷଦ ସଭ୍ୟାଙ୍କ ଅକାଳ ବିୟୋଗ
ମା’ବ୍ୟାଘ୍ରଦେବୀଙ୍କ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ନିମନ୍ତେ ନିମନ୍ତ୍ରଣ
ଭିଜିଲାନ୍ସ ଜାଲରେ ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବନ ରେଞ୍ଜ୍ର ଅଧିକାରୀ ସୁକୁମାର ଦୁଖୁ।