
କଲ୍ୟାଣସିଂପୁର (ଆମ ଓଡିଶା ଖବର )ତା :- ୩୧/୦୧:-ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଦେବଗିରି ପାର୍ଶ୍ୱରେ ନିର୍ମିତ ପର୍ଯ୍ୟଟକ ସାହାଯ୍ୟ କେନ୍ଦ୍ର ଉଦଘାଟନ ପରେ ମଧ୍ୟ ଆଜି ପର୍ଯ୍ୟନ୍ତ ସଚଳ ହୋଇପାରିନି। ୨୦୧୯ ମସିହାରେ ପୂର୍ବତନ ବିଧାୟକ ଜଗନ୍ନାଥ ସାରାକା ଏହାକୁ ଉଦଘାଟନ କରିଥିଲେ। କିନ୍ତୁ ୬ ବର୍ଷ ହେଲା ତାଲା ଖୋଲିନଥିବା ନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରୁଛନ୍ତି। ପ୍ରାୟ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ବ୍ୟୟରେ ନିର୍ମିତ ଏହି କେନ୍ଦ୍ର ଏବେ ଗଛଲତାରେ ଢାକି ଭୂତକୋଠୀର ଆକାର ନେଇଛି। ବିଦ୍ୟୁତ ସଂଯୋଗ ଥିଲେ ମଧ୍ୟ ସେହିଟି କାର୍ଯ୍ୟରତ ନୁହେଁ। ପର୍ଯ୍ୟଟକ ସୁବିଧା ପାଇଁ ନିର୍ମିତ କେନ୍ଦ୍ରଟି ଅସାମାଜିକଙ୍କ ଆଡ୍ଡାରେ ପରିଣତ ହେଉଥିବା ଅଭିଯୋଗ ଆସୁଛି। ହଜାର ବର୍ଷ ପୁରୁଣା ପଞ୍ଚମୁଖି ସ୍ପଟିକ ନୀଳକଣ୍ଠେଶ୍ୱର ମନ୍ଦିରକୁ ସରକାର ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେଇଥିଲେ ମଧ୍ୟ, ମନ୍ଦିରଠାରୁ ୨ କି.ମି. ଦୂର ନିଛାଟିଆ ଅଞ୍ଚଳରେ କେନ୍ଦ୍ର ନିର୍ମାଣ ହୋଇଥିବାରୁ ପର୍ଯ୍ୟଟକ ମାନେ ଏଠାକୁ ଆସିବାକୁ ଅମଙ୍ଗ ରହୁଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଆସନ୍ତା ଫେବୃଆରୀ ୧୫ରେ ମହାଶିବରାତ୍ର ଯାତ୍ରା ଆସୁଥିବାରୁ ମନ୍ଦିର କମିଟି କେବଳ ଯାତ୍ରା ପରିଚାଳନା ଓ ଚାନ୍ଦା ଆଦାୟ ନିମନ୍ତେ ସକ୍ଷମ ହୋଇଛି। କିନ୍ତୁ ପର୍ଯ୍ୟଟକ ସାହାଯ୍ୟ କେନ୍ଦ୍ର ସଚଳ କରିବା ନେଇ କୌଣସି ଚିନ୍ତା କିମ୍ବା ପଦକ୍ଷେପ ନଥିବା ନେଇ ସାଧାରଣ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି। ଏହି ପରିସ୍ଥିତିରେ କେବେ ସଚଳ ହେବ ପର୍ଯ୍ୟଟକ ସାହାଯ୍ୟ କେନ୍ଦ୍ର? ବୋଲି ପ୍ରଶ୍ନ ଏବେ ଚା ଦୋକାନରୁ ଆରମ୍ଭ କରି ଛକ ଛକରେ ଚର୍ଚ୍ଚାର ବିଷୟ ହୋଇଛି। ଏ ସମ୍ପର୍କ ରେ ବିଷମ କଟକ ନିର୍ବାଚନ ମଣ୍ଡଳୀ ବିଧାୟକ ନୀଳମାଧଵ ହିକକା ତାହାକୁ ପୁନର୍ବାର ମରାମତି କରି ଚଳାଇବାକୁ ଚେଷ୍ଟା କରାଯିବ ବୋଲି କହିଛନ୍ତି।

ରାୟଗଡା ରୁ ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ।


More Stories
ଉପଜିଲ୍ଲାପାଳ ରlୟଗଡ଼ଙ୍କ ନେତୃତ୍ୱରେ ଭକୁରଗୁଡା ଉତଭାଟି ଚଢ଼ାଉ ୧୧ ଶିଶୁ ଶ୍ରମିକ ଉଦ୍ଧାର l
ପଦ୍ମପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ।
ରାୟଗଡାରେ ଅପେକ୍ଷା ସିନେମାର ପ୍ରିମିୟର ସୋ ଅନୁଷ୍ଠିତ …