ରାୟଗଡା ଜିଲ୍ଲା (ଆମ ଓଡିଶା ଖବର )ତା :-୧୬/୦୧ – ଛାତ୍ରୀମାନଙ୍କ ସୁରକ୍ଷା ଓ ସ୍ୱାବଳମ୍ବନକୁ ଲକ୍ଷ୍ୟ କରି ଏକ ଆତ୍ମରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସଫଳତାର ସହ ରାୟଗଡା ସ୍ୱୟଂଶାସିତ ମହାବିଦ୍ୟାଳୟ, ରାୟଗଡାଠାରେ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମର ଆରମ୍ଭରେ କାର୍ଯ୍ୟକ୍ରମ ସଂଯୋଜିକା ଅତିଥିମାନଙ୍କୁ ସ୍ୱାଗତ କରି କହିଥିଲେ ଯେ, ଆଜିର ସମାଜରେ ଛାତ୍ରୀମାନେ ଆତ୍ମରକ୍ଷାରେ ପ୍ରଶିକ୍ଷିତ ହେବା ଅତ୍ୟନ୍ତ ଆବଶ୍ୟକ। ଏହିପରି ପ୍ରଶିକ୍ଷଣ ଛାତ୍ରୀମାନଙ୍କ ଆତ୍ମବିଶ୍ୱାସ ବୃଦ୍ଧି କରିବା ସହ ସମସ୍ତ ପ୍ରକାର ଅସୁବିଧାଜନକ ପରିସ୍ଥିତିକୁ ସାମ୍ନା କରିବାରେ ସାହାଯ୍ୟ କରେ। ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ପ୍ଅଧ୍ୟକ୍ଷା ଡ଼ ସରସ୍ଵତୀ ରାୟ ଯୋଗ ଦେଇ ତାଙ୍କ ଅଭିଭାଷଣରେ କହିଥିଲେ ଯେ ଶିକ୍ଷା ସହିତ ସହିତ ଛାତ୍ରୀମାନଙ୍କୁ ଶାରୀରିକ ଓ ମାନସିକ ଭାବେ ସକ୍ଷମ କରିବା ହେଉଛି ଏହିପରି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ। ଆତ୍ମରକ୍ଷା ପ୍ରଶିକ୍ଷଣ ମାଧ୍ୟମରେ ଛାତ୍ରୀମାନେ ନିଜ ସୁରକ୍ଷା ନିଜେ କରିବାକୁ ସକ୍ଷମ ହେବେ ବୋଲି ସେ ଆଶା ପ୍ରକାଶ କରିଥିଲେ। ଏହି ଅବସରରେ ମହାବିଦ୍ୟାଳୟର ଏକାଡେମିକ୍ ବର୍ସାର ଅଜୟ ରଇତ, ପ୍ରଶାସନିକ ବର୍ସାର ଟି. ଜ୍ୟୋତି, ଲେଫ୍ଟନାଣ୍ଟ ଉଦୟ ନାଏକ, ବିଭିନ୍ନ ଅଧ୍ୟାପକ-ଅଧ୍ୟାପିକା, କର୍ମଚାରୀବୃନ୍ଦ ଓ ବହୁ ସଂଖ୍ୟକ ଛାତ୍ରୀମାନେ ଉପସ୍ଥିତ ଥିଲେ। ପ୍ରଶିକ୍ଷକମାନଙ୍କ ଦ୍ୱାରା ବିଭିନ୍ନ ଆତ୍ମରକ୍ଷା କୌଶଳର ପ୍ରାୟୋଗିକ ପ୍ରଦର୍ଶନ କରାଯାଇ ଛାତ୍ରୀମାନଙ୍କୁ ତାହାର ଅଭ୍ୟାସ କରାଯାଇଥିଲା। କାର୍ଯ୍ୟକ୍ରମର ଶେଷରେ ଅଧ୍ୟାପିକା ମୋନାଲିସା ପାଣିଗ୍ରାହୀ ମୁଖ୍ୟ ଅତିଥି, ସମସ୍ତ ଅତିଥି, ପ୍ରଶିକ୍ଷକ, ଅଧ୍ୟାପକମଣ୍ଡଳୀ ଓ ଛାତ୍ରୀମାନଙ୍କୁ ଧନ୍ୟବାଦ ଜଣାଇଥିଲେ।
ରାୟଗଡା ରୁ ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ।


More Stories
ରାୟଗଡ଼ା ଜିଲ୍ଲା ଭାରତୀୟ ମଜଦୁର ସଂଘ ର ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ।
ନିୟମଗିରିର ଦୁର୍ଗମ ଅଞ୍ଚଳରେ ରାୟଗଡ ଜିଲ୍ଲା ପ୍ରଶାସନ: ଡୋଙ୍ଗରିଆ କନ୍ଧ ସମ୍ପ୍ରଦାୟଙ୍କୁ ଭୋଟର ତାଲିକା ସଂଶୋଧନ ପାଇଁ ଏନ୍ୟୁମେରେସନ ଫର୍ମ ବଣ୍ଟନ ।
ଅବସର ଦିବସରେ ରାୟଗଡ଼ ବିଇଓ ପ୍ରଦାନ କଲେ ଚୂଡାନ୍ତ ପେନସନ, ଶିକ୍ଷକ ସଂଘ ଖୁସ୍।