ବାରିପଦା, ମୟୂରଭଞ୍ଜ “ଆମ ଓଡ଼ିଶା ଖବର” ନିଶିଗନ୍ଧା ଓଡ଼ିଶାଭାଷା ଓ ସାହିତ୍ୟ ସଂସଦ ପକ୍ଷରୁ ବାରିପଦାରେ ଆୟୋଜିତ ପୁସ୍ତକ ମହୋତ୍ସବର ସପ୍ତମ ଦିବସରେ କବିତା ପାଠୋତ୍ସବ ଓ ଓଡ଼ିଆ ଭାଷା ଓ ସାହିତ୍ୟ ଉପରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସାହିତ୍ୟ ଗବେଷକ ପଣ୍ଡିତ ଭାଗବତ ପଣ୍ଡା, ମୁଖ୍ୟବକ୍ତା ଭାବେ ରମାକାନ୍ତ ସିଂହ (ଗବେଷକ ଓ ବିଶିଷ୍ଟ ପ୍ରାବନ୍ଧିକ) କବିତା ସଂଯୋଜକ ଗୋପାଳ ସାଓ, ସମ୍ମାନୀତ ଅତିଥିଭାବେ_ହରିଚନ୍ଦ୍ର ଦେ ଗୋସ୍ଵାମୀ(ବରିଷ୍ଠ ସାମ୍ବାଦିକ ପ୍ରଗତୀବାଦୀ) ଏବଂ ପ୍ରତିଷ୍ଠାତା ବଳରାମ ତରାଇ (ଓଡ଼ିଆ ଭାଷା ଓ ସାହିତ୍ୟର ମୁଖ୍ୟ ପୁରୋଧା ) ଅତିଥି ପ୍ରମୁଖ ଉପସ୍ଥିତଥିଲେ। ଉପସ୍ଥିତ କବି ଓ କବୟତ୍ରୀମାନେ କବିତା ପାଠ କରିଥିଲେ। ମୟୂରଭଞ୍ଜର ସୁପୁତ୍ର ଓ ମେଟିଭେଟର, ସାହିତ୍ୟସଂଗ୍ରାମୀ ତଥା ରାଜେନ୍ଦ୍ର ଏକାଡ଼େମୀ ଓ ଆର.ସି.ସି. ଗୁପ୍ ର ମୁଖ୍ୟ କବି ଶ୍ରୀରାଜେନ୍ଦ୍ର ଦାସଙ୍କୁ ଅନୁଷ୍ଠାନ ତରଫରୁ ଶ୍ରେଷ୍ଠପୁରସ୍କାର ପ୍ରଦାନ କରାଯାଇଥିଲା। ଆଗାମୀ ଦିନରେ ଶିକ୍ଷା,କଳା,ସଂସ୍କୃତି ଓ ବିଜ୍ଞାନର ପ୍ରଗତି କ୍ଷେତ୍ରରେ ଓ ଆଗାମୀ ଓଡ଼ିଶାର ଉଜ୍ଜଳ ଭବିଷ୍ୟତ।
ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।


More Stories
ଜାତୀୟ ସ୍ତରୀୟ ବଡ଼ି ବିଲଡିଂ ପ୍ରତିଯୋଗିତାରେ ସଫଳତା ପାଇଲେ ଓମ ପ୍ରସାଦ
ମହାତ୍ମା ଗାନ୍ଧୀଙ୍କ ଶ୍ରଦ୍ଧାଞ୍ଜଳି ଦିବସ।
ଦୁର୍ନୀତି ଓ ଜାଲିଆତିର ଗନ୍ତାଘର ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷା କାର୍ଯ୍ୟାଳୟ l