କୋଦଳା,(ଆମ ଓଡିଶା ଖବର):ରବିବାର ଛୁଟି ଦିନ ଅବସରରେ କୋଦଳା ଡାକ ବଙ୍ଗଳା ପଡିଆ ଠାରେ କୋଦଳା ବାର ଏଵଂ ବେଞ୍ଚ ଇଲେଭେନ ସହ ପୋଲିସ ଏଵଂ ଜେଲ ଇଲେଭେନ ମଧ୍ୟରେ ଏକ ବନ୍ଧୁତ୍ଵପୂର୍ଣ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । କୋଦଳା ବାର ଆଇନଜୀବି, ବେଞ୍ଚ ଏଵଂ କୋଦଳା ପୋଲିସର ମିଳିତ ସହଯୋଗରେ ଆୟୋଜିତ ଏହି ପନ୍ଦର ଓଭର ବିଶିଷ୍ଠ କ୍ରିକେଟ ମ୍ୟାଚରେ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲା ପୋଲିସ ଏଵଂ ଜେଲ ଇଲେଭେନ ଦଳ । ଦଳର କ୍ୟାପେଟେନ କୋଦଳା ଜେଲ ସୁପେରିଟେଣ୍ଡେଣ୍ଟ ମନୋଜ କୁମାର ସୁତାର ଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇଥିଲା ଦଳ । ପନ୍ଦର ଓଭର ବ୍ୟାଟିଂ କରି ୨୧୦ ରନର ଏକ ବୃହତ ଟାର୍ଗେଟ ଦେଇଥୁରେ ଖେଳାଳି । ହେଲେ ଦ୍ଵିତୀୟ ଇନିଂସର ବ୍ୟାଟିଂରେ ବାର ଏଵଂ ବେଞ୍ଚ ଦଳ ନିର୍ଧାରିତ ଓଭର ରେ ଚାରି ଉଇକେଟ ହରାଇ ମାତ୍ର ୧୬୭ ରନ ସଂଗ୍ରହ କରି ପାରିଥିଲା । ଫଳରେ ପୋଲିସ ଏଵଂ ଜେଲ ଟିମ ବିଜୟୀ ଘୋଷିତ ହୋଇଥିଲା । ଏହି ଦିନିକିଆ ମ୍ୟାଚରେ ନିମନ୍ତ୍ରିତ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ପ୍ରଫୁଲ୍ଲ ମିଶ୍ର ଏବଂ ପୁର୍ଣ ଚନ୍ଦ୍ର ମିଶ୍ର ଯୋଗଦେଇ ବିଜେତା ଦଳ ତରଫରୁ କ୍ୟାପଟେନ ଜେଲ ସୁପେରିଟେଣ୍ଡେଣ୍ଟ ମନୋଜ କୁମାର ସୁତାର ଏବଂ ତାଙ୍କ ଟିମ କୁ ରୁ ଟ୍ରଫି ପ୍ରଦାନ କରିଥିବା ବେଳେ ବେଷ୍ଟ ବ୍ୟାଟ୍ସମ୍ୟାନ ଭାବେ କୋଦଳା କୋର୍ଟ ଏଡିଜେ ବିଶ୍ୱ ରଞ୍ଜନ ବେହେରା ଟ୍ରଫି ସମେତ ରନର ଅପ ଟ୍ରଫି ଗ୍ରହଣ କରିଥିଲେ । ମ୍ୟାନ ଅଫ ଦ ମ୍ୟାଚ ଭାବେ ଗୁରୁ ପଣ୍ଡିତ, ବେଷ୍ଟ ସିକ୍ସର ଭାବେ ସାଲୁ,ବେଷ୍ଟ ବୋଲର ଭାବେ ବାମଦେବ ପ୍ରମୁଖ ପୁରସ୍କୃତ ହୋଇଥିଲେ ।ଏହି ଦିନିକିଆ ବନ୍ଧୁତ୍ୱ ପୁର୍ଣ ମ୍ୟାଚ ରେ କୋଦଳା ଥାନା ଆଇଆଇସି ସୁବାସ ଚନ୍ଦ୍ର ବେହେରା,ଆଇନଜୀବୀ ତଥା ବାର ଆସୋସିଏସନ ଉପ ସଭାପତି ଅବନୀ ମିଶ୍ର,ନୀଳାଞ୍ଚଳ ପଲେଇ, ବିଜୟ ମହାପାତ୍ର, ଆଦିତ୍ୟ ସାହୁ, ସପନ ମିଶ୍ର, ବୁଦ୍ଧିଆ ପରିଡା ପ୍ରମୁଖ ସହଯୋଗ କରିଥିଲେ । ଏହି ମ୍ୟାଚ ଏକ ନିଆରା ଅନୁଭୂତି ପ୍ରଦାନ କରିଛି ବୋଲି କହିଥିଲେ ସମସ୍ତ ଖେଳାଳୀ । ଭଗବାନ ସ୍ୱାଇଁ, ରିପନ ସ୍ୱାଇଁ ମ୍ୟାଚ ପରିଚାଳନା କରିଥିଲେ ।
ରିପୋର୍ଟ :ଦେବାଶିଷ ମହାରଣା


More Stories
ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ l
ଜଟଣୀ ମହାବିଦ୍ୟାଳୟ ଓଡ଼ିଆ ବିଭାଗର ସାଂସ୍କୃତିକ ପାଠଚକ୍ର ।
ପୁର୍ବତଟ, ଲୋକ ପ୍ରିୟ ରେଳ କର୍ମଚାରୀଙ୍କ ଅକାଳ ବିୟୋଗ।