ଜଟଣୀ: “ଆମ ଓଡ଼ିଶା ଖବର” ଜଟଣୀ ସୀତରାମ ଛକରେ ଥିବା ନିଜ ବାସଭବନରେ ସି ଏଚ ଭି ପି ଏସ ପଟ୍ଟନାୟକ ଓରଫ ଚିନା ପଟ୍ଟନାୟକଙ୍କ, ଗତ ବୁଧବାର ରାତ୍ରି ୯.୩୦ ମିନିଟ ସମୟରେ, ୫୬ ବର୍ଷ ବୟସର ଚିନା ପଟ୍ଟନାୟକ ହୃଦଘାତରେ ଶେଷ ନିଶ୍ୱାସ ତ୍ୟାଗ କଲେ। ଚିନା କାର୍ଯ୍ୟରତ ଥିଲେ, ଭୁବନେଶ୍ୱର ପୂର୍ବତଟ ଜୋନଲ ରେଳବାଇର ମୁଖ୍ୟ କାର୍ଯ୍ୟାଳୟରେ ବରିଷ୍ଠ କିରଣୀ, ହିସାବ ସମୀକ୍ଷକ ଭାବେ କାର୍ଯ୍ୟ କରୁଥିଲେ। ସ୍ଵର୍ଗତ ଚିନା ପଟ୍ଟନାୟକ, ନିଜ କାର୍ଯ୍ୟାଳୟରେ ଜଣେ ମେଳାପୀ ଓ ଲୋକପ୍ରିୟ କର୍ମଚାରୀ ରୂପେ ବେଶ୍ ଜଣାଶୁଣା ଥିଲେ। ସେ ଜଣେ ପର ଉପକାରୀ ଭାବେ ଲୋକ ପ୍ରିୟତାର ମଣିଷ ଥିଲେ। ତାଙ୍କର ଆକସ୍ମିକ ଦେହାନ୍ତରେ ଜଟଣୀ ତଥା ଭୁବନେଶ୍ୱର କାର୍ଯ୍ୟାଳୟରେ ଶୋକର ଛାୟା ଖେଳିଯାଇଥିଲା। ତାଙ୍କର ଅନ୍ତିମ ସଂସ୍କାର ପୁରୀ ସ୍ୱର୍ଗଦ୍ୱାରରେ ସମାପନ ହୋଇ ଜାଇଛି। ତାଙ୍କର ସଂସ୍କାର ସମୟରେ, ପାଞ୍ଚ ଭାଇଙ୍କ ସମେତ ପରିବାର ପରିଜନ ତଥା ଘନିଷ୍ଠ ବନ୍ଧୁ ମାନଙ୍କ ଗହଣରେ ଶେଷକୃତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।
ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।


More Stories
ଶ୍ରୀଗୌର ଜୟନ୍ତୀ ଏବଂ ବୈସ୍ନବାନନ୍ଦ ସରସ୍ଵତୀ”ଙ୍କ ଜୀବନୀ ପୂସ୍ତକ ତ୍ରୟ ଉନ୍ମୋଚିତ ଓ ଲୋକାର୍ପଣ ।
କବିରାଜ ଶିବରାମ ନନ୍ଦଙ୍କ ବିୟୋଗ, ବିଭିନ୍ନ ମହଲରେ ଶୋକର ଛାୟା ବାତାବରଣ।
ଆତ୍ମସୁରକ୍ଷା କୌଶଳ ତାଲିମ ଶିବିର ଉଦଯାପିତ l