ଖୋର୍ଦ୍ଧା ଜିଲ୍ଲା (ଆମ ଓଡିଶା ଖବର)ଡେଲାଙ୍ଗ ତା ୦୨-୦୨-୨୬ ଜଟଣୀ ବ୍ଲକ ଅନ୍ତର୍ଗତ ନିରଞ୍ଜନପୁରସ୍ଥିତ ରଘୁନାଥ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ଶ୍ରୀ କିଶୋର କୁମାର ସୁବୁଦ୍ଧିଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟ ପରି ସରରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଷ୍ଟା ରାଜ୍ୟ. ସାଧାରଣ ସମ୍ପାଦକ ରଞ୍ଜନ କୁମାର ଦାସ ଯୋଗ ଦେଇଥିବା ମୁଖ୍ୟ ବକ୍ତା ଭାବେ ଯୋଗେଶ ଚନ୍ଦ୍ର ସାମନ୍ତସିଂହାର, ଗୋଷ୍ଠୀ ଶିକ୍ଷା ଅଧିକାରୀ, ଜଟଣୀ ଯୋଗ ଦେଇଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ପ୍ରଧାନ ଉତ୍ସବସରେ ଅଧ୍ୟକ୍ଷତା କରିଥିବା ବେଳେ ସମ୍ମାନୀୟ ଅତିଥି ଭାବେ ପ୍ରଶାସନିକ ଅଧିକାରୀ ନଗେନ କୁମାର ପ୍ରଧାନ, ଖୋର୍ଦ୍ଧା ଜିଲ୍ଲା ଓଷ୍ଟାର ସମସ୍ତ କାର୍ଯ୍ୟକର୍ତ୍ତା, ଶିକ୍ଷାବିତ ଜବାହର ଲାଲ ସୁବୁଦ୍ଧି, କଣ୍ଟିଆ ସରପଞ୍ଚ ମନୋଜ କୁମାର ବେହେରା, ବିରଞ୍ଚି ବେହେରା ସଭାପତି ମୋ ସ୍କୁଲ, ଅମ୍ବିକା ପ୍ରସାଦ ପଟ୍ଟନାୟକ, ପୂର୍ବତନ ସରପଞ୍ଚ ପ୍ରସନ୍ନ କୁମାର ମହାରଥୀ rବରିଷ୍ଠ ନାଗରିକ ସେବା ସଙ୍ଘର ସଭାପତି ଆଇନଜୀବୀ ଅବନୀ ରାଉତରାୟ ପ୍ରମୁଖ ଯୋଗ ଯୋଗ ଦେଇଥିଲେ। ଶିକ୍ଷକ ନରେନ୍ଦ୍ର କୁମାର ମୁଦୁଲି ମଞ୍ଚ ସଂଯୋଜନା କରିଥିବା ବେଳେ ଶିକ୍ଷୟିତ୍ରୀ ସାବତ୍ରୀ ମିଶ୍ର ସହଯୋଗ କରିଥିଲେ। ସମସ୍ତ ଅତିଥି ସେବା ନିବୃତ ଶିକ୍ଷକ କିଶୋର କୁମାର ସୁବୁଦ୍ଧିଙ୍କ ବିଦ୍ୟାଳୟ ପ୍ରତି ଥିବା ଉତ୍ସର୍ଗକୃତ ମନୋଭାବ, ସଂଗଠକ ଭାବେ ଶିକ୍ଷକଙ୍କ ନ୍ୟାଯ୍ୟ ଦାବି ପାଇଁ ଲଢେଇ ଓ ଛାତ୍ର ଛାତ୍ରୀଙ୍କୁ ପାଠ ପଢାଇବାର ନିଷ୍ଠା ର ଉଚ୍ଚ ପ୍ରଶଂସା କରିବା ସହ ନିରାମୟ ଜୀବନ କାମନା କରିଥିଲେ।ଶିକ୍ଷକ ଚିତ୍ତରଞ୍ଜନ ସାହୁ ଧନ୍ୟ ବାଦ ଦେଇଥିବା ବେଳେ ଶିକ୍ଷକ ଗଣେଶ ବେହେରା, ବିପିନି ବିହାରୀ ଦାସ ସହଯୋଗ କରିଥିଲେ।
ଡେଲାଙ୍ଗରୁ ନୀଳାମ୍ବର ମିଶ୍ରଙ୍କ ରିପୋର୍ଟ ଆମ ଓଡ଼ିଶା ଖବର।


More Stories
ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ l
ଜଟଣୀ ମହାବିଦ୍ୟାଳୟ ଓଡ଼ିଆ ବିଭାଗର ସାଂସ୍କୃତିକ ପାଠଚକ୍ର ।
ପୁର୍ବତଟ, ଲୋକ ପ୍ରିୟ ରେଳ କର୍ମଚାରୀଙ୍କ ଅକାଳ ବିୟୋଗ।