କୋଦଳା, (ଆମ ଓଡିଶା ଖବର): ଲଷ୍ମୀନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଫୁ୍ଜ଼ନ ଫାଇନାନ୍ସ କମ୍ପାନୀ ସହଯୋଗରେ ବୃତ୍ତି ଓ ପ୍ରମାଣପତ୍ର ପ୍ରଦାନ କାର୍ଯ୍ୟକର୍ମ ଆୟୋଜିତ ହୋଇଥିଲା |ଉକ୍ତ ସଭାରେ ବିଦ୍ୟାଳୟର ସ୍ଥାପକ ସଚିବ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ରଥ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଶିକ୍ଷାର ମହତ୍ତ୍ୱ ଓ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ବିଷୟରେ ଆଲୋକପାତ କରିଥିଲେ |କାର୍ଯ୍ୟକର୍ମରେ ବିଦ୍ୟାଳୟର ଅଧକ୍ଷ ଡଃ ଦତରାମ ବିଷୋୟୀ ଅଧକ୍ଷତା କରି ଫ୍ୟୁଜନ ଫାଇନାନ୍ସ କମ୍ପାନୀର ଶିକ୍ଷାମୂଳକ ପଦକ୍ଷେପକୁ ଭୁରି ପ୍ରଶଂସା କରିଥିଲେ | କମ୍ପାନୀ ର ଆଞ୍ଚଳିକ ପ୍ରାବନ୍ଧିକ ଶ୍ରୀଯୁକ୍ତ ଇପ୍ସିତ ବିଶ୍ୱଜିତ ହରିଚନ୍ଦନ ଓ ମଣ୍ଡଳ ପ୍ରବନ୍ଧକ ଶ୍ରୀଯୁକ୍ତ ଟୁକୁନା ପାତ୍ର କାର୍ଯ୍ୟକର୍ମରେ ଉପସ୍ଥିତରହି ଛାତ୍ରଛାତ୍ରୀଙ୍କୁ ଉତ୍ସIହିତ କରିବା ସହିତ 36 ଜଣ ମେଧାବୀ ଛାତ୍ର ଛାତ୍ରୀଙ୍କୁ ବୃତ୍ତି, ପ୍ରମାଣପତ୍ର ଓ ବ୍ୟାଗ ପ୍ରଦାନ କରିଥିଲେ |କାର୍ଯ୍ୟକର୍ମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ସହଯୋଗ ଓ ଛାତ୍ର ଛାତ୍ରୀ ଙ୍କ ସକ୍ରିୟ ଅଂଶଗ୍ରହଣ ଉଲେଖନୀୟ ଥିଲା |ବିଦ୍ୟାଳୟ ପକ୍ଷରୁ ଶିକ୍ଷୟିତ୍ରୀ ଶ୍ରୀମତୀ ଦେବଶ୍ରୀ ଦେବସ୍ମିତା କେଶରୀ ଅତିଥିମାନଙ୍କୁ ସ୍ୱାଗତ କରିଥିବା ବେଳେ ଶିକ୍ଷକ ଶ୍ରୀ ଭାବଗ୍ରାହୀ ପଣ୍ଡା ଧନ୍ୟବାଦ ଜ୍ଞାପନ କରିଥିଲେ |
ରିପୋର୍ଟ :ଦେବାଶିଷ ମହାରଣା


More Stories
ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ l
ଜଟଣୀ ମହାବିଦ୍ୟାଳୟ ଓଡ଼ିଆ ବିଭାଗର ସାଂସ୍କୃତିକ ପାଠଚକ୍ର ।
ପୁର୍ବତଟ, ଲୋକ ପ୍ରିୟ ରେଳ କର୍ମଚାରୀଙ୍କ ଅକାଳ ବିୟୋଗ।