ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ l

ଖୋର୍ଦ୍ଧା ଜିଲ୍ଲା (ଆମ ଓଡିଶା ଖବର) ଡେଲାଙ୍ଗ ୧୦-୨-୨୬ ଜଟଣୀ ବ୍ଲକ ଆନ୍ତର୍ଗତ ବୁଢାଙ୍ଗରା ଏବଂ ଜୋରକଣି ସ୍ଥିତ ଦାମୋଦର ଉଚ୍ଚ ବିଦ୍ୟାଳୟ ଓ  ସୁରେଶ କୁମାର ଉ. ପ୍ରା. ବିଦ୍ୟାଳୟର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ୨୦୨୫-୨୬ ମହା ସମାରୋହରେ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇ ଯାଇଛି। ଦାମୋଦର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦାମୋଦର ସୁବୁଦ୍ଧି ଉତ୍ସବସରେ ପୌରହିତ୍ୟ କରିଥିବା ବେଳେ ଜଟଣୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଯୋଗେଶ ଚନ୍ଦ୍ର ସାମନ୍ତସିଂହାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ମାନୀୟ ଅତିଥି ଭାବେ ବି ଆର ସି ସି ପୂର୍ଣ୍ଣ ଚନ୍ଦ୍ର ବେହେରା, ଶିକ୍ଷବିତି ତଥା କବି ରମେଶ ଚନ୍ଦ୍ର ସ୍ୱାଇଁ,  ଉଚ୍ଚ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅରୁଣ କୁମାର ଜଗଦେବ, ଗିରିଶ ନନ୍ଦ, ସମ୍ପାଦକ ଓଡ଼ିଶା ସରକାରୀ କଳା ଓ ସଂସ୍କୃତି ଆସୋସିଏସନ, ଶରତ ପାଲଟାସିଂ ସମିତି ସଭ୍ୟ, ଶ୍ୟାମ ସୁନ୍ଦର ବଡ଼ଜେନା ନାଟ୍ୟଗୁରୁ , ଜିଲୁ ସୁବୁଦ୍ଧି ଉ. ପ୍ରା ସ୍କୁଲ କମିଟି ଅଧ୍ୟକ୍ଷ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଅବସର ପ୍ରାପ୍ତ. ପ୍ରଧାନ ଶିକ୍ଷକ ବିରଞ୍ଚି କୁମାର ସାହୁ ଯୋଗ ଦେଇଥିଲେ।ସେ ସୁନାଗରିକ ହେବାପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ।ବିଭିନ୍ନ କ୍ଷେତ୍ରରେ କୃତିତ୍ୱ  ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନେ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ସାମନ୍ତସିଂହାର ତାଙ୍କ ବକ୍ତବ୍ୟରେ କାହିଥିଲେକି ଛାତ୍ର ଛାତ୍ରୀ ମାନେ କଠିନ ପରିଶ୍ରମ କଲେ ତାଙ୍କର ସ୍ବପ୍ନ ନିଶ୍ଚୟ ସଫଳ ହେବ। ଏହି ଅବସରରେ ଛାତ୍ର ଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହଯୋଗରେ ଉତ୍ସବ  ସରସ ସୁନ୍ଦର ହୋଇ ପାରିଥିଲା।

 ଡେଲାଙ୍ଗରୁ ନୀଳାମ୍ବର ମିଶ୍ରଙ୍କ ରିପୋର୍ଟ ଆମ ଓଡ଼ିଶା ଖବର।

error: Content is protected !!