ଜାତୀୟ ସ୍ତରୀୟ ବଡ଼ି ବିଲଡିଂ ପ୍ରତିଯୋଗିତାରେ ସଫଳତା ପାଇଲେ ଓମ ପ୍ରସାଦ

ବେଗୁନିଆପଡା, (ଆମ ଓଡିଶା ଖବର):ଜାତୀୟ ସ୍ତରୀୟ ବଡ଼ି ବିଲଡିଂ ପ୍ରତିଯୋଗିତାରେ ସଫଳତା ପାଇ ଅଂଚଳ ପାଇଁ ଗୌରବ ଆଣିଲେ ତିତିରିଡି ଗ୍ରାମର ଓମ ପ୍ରସାଦ ଜେନା । ଭୁବନେଶ୍ୱର ୟୁନିଟ ୪ ସ୍ଥିତ ଉତ୍କଳ ମଣ୍ଡପରେ ଠାରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାର ଜୁନିୟର ଲେବୁଲ ରେ ସଫଳତା ହାସଲ କରିଛନ୍ତି ୨୨ ବର୍ଷୀୟ ଓମ ପ୍ରସାଦ । ଓମ ପ୍ରସାଦ ଙ୍କ ସଫଳତା ପଛରେ ବେଶ ପରିଶ୍ରମ କରିଥିଲେ କୋଚ ଶୁଭେନ୍ଦୁ ମଲିକ । ଓମ ପ୍ରସାଦ ସୋୟା ୟୁନିଭର୍ଷିଟିରେ ତୃତୀୟ ବର୍ଷ ଵି ଫାର୍ମା ଛାତ୍ର ଅଟନ୍ତି । ଘର ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ସାଙ୍କୁଡ଼ା ପଂଚାୟତ ଅନ୍ତର୍ଗତ ତିତିରିଡି ଗ୍ରାମରେ । ବାପା ବିଷ୍ଣୁ ପ୍ରସାଦ ଜେନା ଜଣେ ଆଦର୍ଶ ଶିକ୍ଷକ ହୋଇଥିବା ବେଳେ ମା ସବିତା କୁମାରୀ ଜେନା ଜଣେ କାଜୁ କାରଖାନାର ସଫଳ ଉଦ୍ୟୋଗୀ । ଓମ ଙ୍କ ସଫଳତା ଶୁଣିବା ପରେ ଶୁଭେଛୁ ଶୁଭେଚ୍ଛା ର ସୁଅ ଛୁଟିବା ସହ ଅଂଚଳ ରେ ଖୁସି ର ଲହରୀ ଖେଳି ଯାଇଛି ।

ରିପୋର୍ଟ :ଦେବାଶିଷ ମହାରଣା

error: Content is protected !!