ରାୟଗଡ଼ା ଜିଲ୍ଲା (ଆମ ଓଡିଶା ଖବର )ତା :-୧୦/୦୨: ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଚାଲିଥିବା
ଆତ୍ମରକ୍ଷା କୌଶଳ ତାଲିମ ଶିବିର ଉଦଯାପିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ସରସ୍ଵତୀ ରାୟ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାୟଗଡ଼ା ଆଦର୍ଶ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ଶ୍ୟାମା ମହାପାତ୍ର ଯୋଗଦେଇ ଛାତ୍ରୀମାନଙ୍କୁ ଆତ୍ମରକ୍ଷା ଦକ୍ଷତା, ଆତ୍ମବିଶ୍ୱାସ ଓ ନିଜ ସୁରକ୍ଷା ପ୍ରତି ସଚେତନ ରହିବାର ଆବଶ୍ୟକତା ବିଷୟରେ ଉଦବୋଧନ ଦେଇଥିଲେ। ଡ. ରାୟ ଅଭିଭାଷଣରେ କହିଥିଲେ ଆତ୍ମରକ୍ଷା କେବଳ ଶାରୀରିକ କୌଶଳ ନୁହେଁ ଏହା ଆତ୍ମବିଶ୍ୱାସ, ସଚେତନତା ଓ ସାହସର ପ୍ରତୀକ। ଆଜିର ସମାଜରେ ଛାତ୍ରୀମାନଙ୍କ ପାଇଁ ଏପରି ପ୍ରଶିକ୍ଷଣ ଅତ୍ୟନ୍ତ ଆବଶ୍ୟକ। କାର୍ଯ୍ୟକ୍ରମରେ ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ପି.ଜି. କାଉନସିଲ ଚେୟାରମେନ ପି. ଅରୁଣ କୁମାର, ପ୍ରଶାସନିକ ବର୍ସାର ଟି. ଜ୍ୟୋତି, ଉଦୟ ନାଏକ ମଞ୍ଚାସୀନ ରହି ଏପରି କାର୍ଯ୍ୟକ୍ରମ ଛାତ୍ରୀମାନଙ୍କୁ ସାମାଜିକ ଓ ମାନସିକ ଭାବେ ସଶକ୍ତ କରିବାରେ ଅତ୍ୟନ୍ତ ଉପକାରୀ ବୋଲି କହିଥିଲେ। ଆତ୍ମରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମର ସଂଯୋଜୀକା ପୂଜା ପଟ୍ଟନାୟକ ଓ ମୋନାଲିଶା ପାଣିଗ୍ରାହୀ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ସଫଳତା ବିଷୟରେ ଅତିଥିମାନଙ୍କୁ ଅବଗତ କରାଇଥିଲେ। ମୁଖ୍ୟ ପ୍ରଶିକ୍ଷକ ରୀନା ମାଝୀ, ସଞ୍ଜନା ନାଏକ ଓ ନିବେଦିତା ପୋଢ଼ିଆରୀ ଛାତ୍ରୀମାନଙ୍କୁ ବ୍ୟବହାରିକ ଆତ୍ମରକ୍ଷା କୌଶଳର ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଉଦଯାପନୀ ଉତ୍ସବରେ ପ୍ରଶିକ୍ଷଣ ନେଇଥିବା ଛାତ୍ରୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇ ଭବିଷ୍ୟତରେ ଏପରି ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ଆହ୍ୱାନ କରାଯାଇଥିଲା।
ରାୟଗଡା ରୁ ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ।


More Stories
ପ୍ରାଣୀବିଜ୍ଞାନ ବିଭାଗ ପକ୍ଷରୁ “କୁମ୍ଭୀର ସଂରକ୍ଷଣର ସୁବର୍ଣ୍ଣ ଜୟନ୍ତୀ” ବିଷୟରେ ପାଠଚକ୍ର ଅନୁଷ୍ଠିତ।
ନୂତନ ପେନସନ ଯୋଜନା (NPS) ସଚେତନତା ଶିବିର ଆୟୋଜିତ।
ଉପଜିଲ୍ଲାପାଳ ରlୟଗଡ଼ଙ୍କ ନେତୃତ୍ୱରେ ଭକୁରଗୁଡା ଉତଭାଟି ଚଢ଼ାଉ ୧୧ ଶିଶୁ ଶ୍ରମିକ ଉଦ୍ଧାର l