କେନ୍ଦ୍ରାପଡ଼ା (ଆମ ଓଡିଶା ଖବର) – ୧୪/୦୨- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ମାଳି ପୁର ଗ୍ରାମରେ ୪0 ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ପୁରଖା କ୍ରିକେଟ ଖେଳାଳିଙ୍କ ପାଇଁ ଏକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇ ଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ପଟ୍ଟାମୁଣ୍ଡାଇ ବ୍ଲକର ଟିଚର୍ସ କ୍ଲବ , ମାଳି ପୁର ,ବାଲିପଡ଼ା,ନୀଳକଣ୍ଠ ପୁର,ମୂଳବସନ୍ତ,ଗାଙ୍ଗ ପଡା , ଅଢାଜୋରି ,ବାଲି ପାଟଣା ଗ୍ରାମର ୮ଟି ଦଳ ଭାଗ ନେଇଥିଲା । ଆଜିର ଉଦ୍ଘାଟନୀ ଦିବସରେ କ୍ୱାର୍ଟର ଫାଇନାଲ ମ୍ୟାଚ ଖେଳି ବାଲି ପଡା,ଟିଚର୍ସ କ୍ଲବ,ନୀଳକଣ୍ଠ ପୁର, ବାଲି ପାଟଣା ଟିମ ବିଜୟ ଲାଭ କରି ସେମି ଫାଇନାଲ ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଥିଲେ । ଆଜି ଖେଳା ଯାଇଥିବା ୪ଟି ମ୍ୟାଚରେ ଅବନୀ ପାତ୍ର,କମଳାକାନ୍ତ ବେହେରା,ସତୀକାନ୍ତ ଆଚାର୍ଯ୍ୟ ଙ୍କୁ ମ୍ୟାନ ଅଫ ଦ ମ୍ୟାଚ ଘୋଷଣା କରାଯିବା ସହ ଟ୍ରଫି ପ୍ରଦାନ କରା ଯାଇଥିଲା । ସାମ୍ବାଦିକ ପ୍ରଶାନ୍ତ ମହାନ୍ତି ମୁଖ୍ୟ ଅତିଥି ଏବଂ ସମାଜ ସେବୀ,ରମାକାନ୍ତ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଟୁର୍ଣାମେଣ୍ଟକୁ ଉଦ୍ଘାଟନ କରିଥିଲେ । ଅଣାକର ମଳିକ ଏବଂ ସୌମ୍ୟ ରଞ୍ଜନ ବେହେରା ଅମ୍ପାୟାର ଦାୟିତ୍ୱ ତୁଲାଇ ଥିବା ବେଳେ ମାଳିପୁର ପାଣ୍ଡଵ ଗୋସ୍ୱାମୀ କ୍ରିକେଟ କ୍ଲବର ସମୀର ମଳିକ, ନିରଞ୍ଜନ ସେଠୀ କ୍ଷୀରୋଦ ମଳିକ ଙ୍କ ସହିତ ସମସ୍ତ ସଭ୍ୟ ଉପସ୍ଥିତ ରହି ଖେଳ ପରିଚାଳନା କରିଥିଲେ ।
କେନ୍ଦ୍ରାପଡ଼ା ରୁ ନରେନ୍ଦ୍ର ଧଳଙ୍କ ରିପୋର୍ଟ ଆମ ଓଡିଶା ଖବର l


More Stories
ଝୁରୁଛନ୍ତି ଛାତ୍ର ଛାତ୍ରୀ ଅଭିଭାବକ ଶିକ୍ଷକ,ଅରୂପାନନ୍ଦ ବିଶ୍ୱାଳଙ୍କ ଅବସରକାଳୀନ ସମ୍ବର୍ଦ୍ଧନା
ଜିଲାରେ ଆଇନ୍ ଶୃଙ୍ଖଳା ବିପର୍ଯ୍ୟସ୍ଥଏସ୍ପି ଅଫିସ ଘେରାଉ କଲା ଜିଲା ବିଜେଡି।
ସମଜସେବୀ ଅଭିରାମ ବିଶ୍ୱାଳଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ।