ପଟ୍ଟାମୁଣ୍ଡାଇ (ଆମ ଓଡିଶା ଖବର )16/01ବିଶିଷ୍ଟ ସମାଜସେବୀ ତଥା ଧୋୟାଞ୍ଚଳରେ ଜଣେ ପରୋପକାରୀ,ଧର୍ମପରାୟଣ ବ୍ୟକ୍ତି ଭାବେ ଜଣାଶୁଣା ପ୍ରାକ୍ତନ ସରକାରୀ କର୍ମଚାରୀ ଶ୍ରୀ ଅଭିରାମ ବିଶ୍ଵାଳଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ତାଙ୍କ ତରଡ଼ିପାଳ ସ୍ଥିତ ବାସ ଭବନରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସ୍ବର୍ଗତ ଅଭିରାମ ବିଶ୍ଵାଳଙ୍କ ଗୃହାସନରେ ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦ ପରମହଂସଙ୍କ ପୂଜା ସେବାର ବିଶେଷ ଆୟୋଜନ କରା ଯାଇଥିଲା। ଶ୍ରୀ ନୀଳାଚଳ ସାରସ୍ୱତ ସଂଘ, ପୁରୀଙ୍କ ପୌରହିତ୍ୟ ଏବଂ ଶ୍ରୀଯୁକ୍ତ ପରିଚାଳକ ମହୋଦୟଙ୍କ ଅଧ୍ୟକ୍ଷତାରେ ଓ ଶ୍ରୀଯୁକ୍ତ ଛବି ଭାଇଙ୍କ ସଭାପତିତ୍ବ ରେ ଶ୍ରୀ ଶ୍ରୀ ଠାକୁର ମହାରାଜଙ୍କ ପୂଜା ସେବା ସୁରୁଖୁରୁରେ ସମ୍ପାଦିତ ହୋଇଥିଲା। ଶ୍ରୀ ବ୍ରହ୍ମାନନ୍ଦ ସରସ୍ଵତୀ ମହାରାଜ ଏଥିରେ ଅତିଥି ଭାବେ ଯୋଗ ଦେଇଥିଲେ,ତାଙ୍କ ସହ ଅନ୍ୟାନ୍ୟ ସନ୍ନ୍ୟାସୀ ଅନେକ ଗୁରୁଭ୍ରାତା ଓ ମାଆ ତତ୍ ସହିତ ତରଡ଼ିପାଳ ଶାଖା ସଂଘର ଗୁରୁଭାଇ ଓ ମାଆ ଏବଂ ସ୍ବର୍ଗତ ଅଭିରାମ ବିଶ୍ଵାଳଙ୍କ ପରିବାର ସଦସ୍ୟ ପୁତ୍ର, ପୁତ୍ରବଧୂ,ନାତି, ନାତୁଣୀ ଓ ବନ୍ଧୁ ପରିଜନ ଉପସ୍ଥିତ ଥିଲେ।
କେନ୍ଦ୍ରାପଡ଼ା ରୁ ନରେନ୍ଦ୍ର ଧଳଙ୍କ ରିପୋର୍ଟ ଆମ ଓଡିଶା ଖବର l


More Stories
ପୁରୁଣା ଇଟାରେ କବରସ୍ତାନ ପାଚେରୀ ନିର୍ମାଣ।
୪୦ ବର୍ଷରୁ ଉର୍ଦ୍ଧ୍ଵ ବୟସ୍କଙ୍କ ପାଇଁ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ।
ଝୁରୁଛନ୍ତି ଛାତ୍ର ଛାତ୍ରୀ ଅଭିଭାବକ ଶିକ୍ଷକ,ଅରୂପାନନ୍ଦ ବିଶ୍ୱାଳଙ୍କ ଅବସରକାଳୀନ ସମ୍ବର୍ଦ୍ଧନା