ବ୍ରହ୍ମପୁର – ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଳକର ନରସିଂହପୁର ଗ୍ରାମର ପ୍ରସିଦ୍ଧ କବିରାଜ ଶିବରାମ ନନ୍ଦଙ୍କ , ୯୦ ବର୍ଷ ବୟସରେ ବିୟୋଗ ଘଟିଛି । ଦୀର୍ଘ ବର୍ଷ ଧରି ଛତ୍ରପୁର ବ୍ଳକ ଅଞ୍ଚଳରେ ଜନସାଧାରଣଙ୍କୁ କବିରାଜ ଭାବରେ ଅନେକ ସେବା କରି ଆସୁଥିବା ସ୍ବର୍ଗତ ଶିବରାମ ଛତ୍ରପୁର ଅଞ୍ଚଳରେ ବେଶ ପରିଚିତ ରହିଥିଲେ । ରବିବାର ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ଏହାର କିଛି ସମୟ ପରେ ବିୟୋଗ ଘଟିଥିଲା। ମୃତ୍ୟୁ ବେଳକୁ ତାଙ୍କର ଧର୍ମପତ୍ନୀ,ପୁଅ , ଝିଅ ,ପରିବାର, ବନ୍ଧୁ ,ସମ୍ପର୍କୀୟ ଏବଂ ଗ୍ରାମବାସୀ ପ୍ରମୁଖ ପହଞ୍ଚି ଶେଷ ଦର୍ଶନ କରିବାରେ ନରସିଂହପୁର ଗ୍ରାମର ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ସ୍ବର୍ଗତ ଶିବରାମ ନନ୍ଦ ହେଉଛନ୍ତି ବ୍ରହ୍ମପୁରର ନ୍ୟାୟବତୀ ଖବରକାଗଜର ଜିଲ୍ଲା ପ୍ରତିନିଧି ଶରତ ଚନ୍ଦ୍ର ନନ୍ଦଙ୍କ ବଡ଼ବାପା।
ଏପରିକି କବିରାଜ ସ୍ବର୍ଗତ ଶିବରାମ ଜୀବନବ୍ୟାପି ଭାରତୀୟ କମ୍ୟୁନିଷ୍ଟ ପାର୍ଟିରେ ଏକ ବରିଷ୍ଠ ନେତା ଭାବରେ କାର୍ଯ୍ୟ କରି ଜୀବନବ୍ୟାପୀ ଦଳର ଜଣେ ଆଜୀବନ କର୍ମୀ ଭାବରେ ରହି ଆସିଥିବାରୁ ଏହି ଖବର ପାଇ ଦଳର ନେତା ତଥା ପୂର୍ବତନ ଛତ୍ରପୁରର ବିଧାୟକ ଏନ୍.ନାରାୟଣ ରେଡି ,
କମ୍ୟୁନିଷ୍ଟ ପାର୍ଟିର ଜିଲ୍ଲା ସହ ସମ୍ପାଦକ ନୀଳକଣ୍ଠ ଦାଶ , ଭିକାରୀପଲ୍ଲୀ ପଞ୍ଚାୟତର ପୂର୍ବତନ ସରପଞ୍ଚ ମଥୁରା ସୁବୁଦ୍ଧି , ସମିତିସଭ୍ୟ ପ୍ରତିନିଧି ମୁନା ପାତ୍ର ଙ୍କ ସମେତ କମ୍ୟୁନିଷ୍ଟ ପାର୍ଟିର ବହୁ ନେତୃବୃନ୍ଦ ଉପସ୍ଥିତ ରହି ଦଳର ପତାକା ପକାଇ ଲାଲ ସଲାମ ପ୍ରଦାନ କରିବା ସହିତ ଶେଷ ଦର୍ଶନ କରିଥିଲେ।
ବ୍ରହ୍ମପୁରରୁ ଆଦିତ୍ୟ ସାହୁଙ୍କ ରିପୋର୍ଟ ଆମ ଓଡ଼ିଶା ଖବର।


More Stories
ଆତ୍ମସୁରକ୍ଷା କୌଶଳ ତାଲିମ ଶିବିର ଉଦଯାପିତ l
ସେବା ନିବୃତ୍ତ ଶିକ୍ଷୟିତ୍ରୀ ସମ୍ବର୍ଦ୍ଧିତ l
ଏକ୍ସ ଆଇ ଏମ ବିଶ୍ୱବିଦ୍ୟାଳୟରେ ଏକ୍ସ ପ୍ଲୋଜନ୍ସ ଏକ୍ସ ଜାମ୍ବୋରୀ ଅନୁଷ୍ଠିତ l