ଶିଶୁ ମନ୍ଦିରରେ ରାଷ୍ଟ୍ରୀୟ ହିନ୍ଦୁ ନବ ବର୍ଷ ପାଳିତ  l

ଖୋରଧା ଜିଲ୍ଲା( ଆମ ଓଡ଼ିଶା ଖବର)ଡେଲାଙ୍ଗ ତା ୧୯-୩-୨୬ ଜଟଣୀ ସହରସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ପାଳିତ ହୋଇଯାଇଛି। ଆୟୋଜିତ ଉତ୍ସବରେ  ଅଖିଳ ଭାରତୀୟ ସାହିତ୍ୟ ପରିଷଦ,ଓଡ଼ିଶା ପ୍ରାନ୍ତ ପ୍ରଚାର ପ୍ରମୁଖ ତଥା ଜଟଣୀ ନଗର ସଙ୍ଘ ଚାଳକ ନୀଳାମ୍ବର ମିଶ୍ର ମୁଖ୍ୟଅତିଥି ଭାବେ  ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ରାଷ୍ଟ୍ରୀୟ ନବବର୍ଷ ପାଳନର ମହତ୍ୱ ବିଷୟରେ ଉଦବୋଧନ ଦେଇଥିଲେ। ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ନବୀନ କୁମାର ସେନାପତି ଉତ୍ସବରେ ଅଧ୍ୟକ୍ଷତା କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ଦୀପ ପ୍ରଜ୍ବଳନ ସହ ସରସ୍ବତୀ ବନ୍ଦନା କରାଯାଇ ସଭାକାର୍ଯ୍ୟ ଆରମ୍ଭ କରାଯାଇ ଥିଲା। ଏହି ଅବସରରେ ବିଦ୍ୟାଳୟ ପକ୍ଷରୁ ମୁଖ୍ୟ ଅତିଥିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଆଚାର୍ଯ୍ୟ ବିଷ୍ଣୁ ରାଉତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଶିଶୁ ମନ୍ଦିରର ସମସ୍ତ ଗୁରୁମା ଗୁରୁଜୀ  କାର୍ଯକ୍ରମ ପରିଚାଳନାରେ ସହଯୋଗକରିଥିଲେ।

ଡେଲାଙ୍ଗ /ଜଟଣୀରୁ ନୀଳାମ୍ବର ମିଶ୍ରଙ୍କ ରିପୋର୍ଟ ଆମ ଓଡିଶା ଖବର।

error: Content is protected !!