କୋଦଳା, (ଆମ ଓଡିଶା ଖବର):କୋଦଳା ସ୍ଥିତ ଲକ୍ଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଶ୍ରୀଯୁକ୍ତ ରଘୁନାଥ ମୁଦୁଲିଙ୍କ ସଭାପତିତ୍ୱରେ ଓଡ଼ିଆ ବିଭାଗ ତରଫରୁ “ରୀତିରଶ୍ମି କବିସୂର୍ଯ୍ୟ ବଳଦେବ ” ବିଷୟବସ୍ତୁ କୁ ନେଇ ଅନ୍ତର୍ନିହିତ ଗୁଣାବଳୀ ବର୍ଦ୍ଧକ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ର ପ୍ରାରମ୍ଭରେ ପାଠଚକ୍ର ର ଆଭିମୁଖ୍ୟ ଓଡ଼ିଆ ବିଭାଗର ଅଧ୍ୟାପକ ତଥା ଆଜିର ପାଠଚକ୍ର ର ଆବାହକ ଶ୍ରୀ ସାଗର ଚାନ୍ଦ ପାତ୍ର କହିଥିଲେ । ସାଧନାକର୍ମୀ ଭାବେ ସାହିତ୍ୟ ବିଶାରଦ ଡ଼କ୍ଟର ଅନନ୍ତ ରାମ କର କୌଣ୍ଡିନ୍ୟ ଯୋଗଦେଇ ବଳଦେବ ରଥଙ୍କ ଜୀବନୀ ଓ ସାହିତ୍ୟ କୃତି ବିଷୟରେ ଆଲୋକପାତ କରିଥିଲେ । ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟ ର ପ୍ରାଣ ପ୍ରତିଷ୍ଠାତା ତଥା ପ୍ରବୀଣ ଶିକ୍ଷାବିତ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ରଥ ଯୋଗ ଦେଇ ବଳଦେବ ଙ୍କ ଓଡ଼ିଆ ସାହିତ୍ୟ ପ୍ରତି ଅବଦାନ ବିଷୟରେ କହିଥିଲେ। ନିମନ୍ତ୍ରିତ ଅତିଥି ଭାବେ ସରକାରୀ ଉଚ୍ଚ ବିଦ୍ୟାଳୟ ଚିଙ୍ଗୁଡ଼ିପଦର, ନୂଆଗାଁ, ପୁରୁଷୋତ୍ତମପୁର ର ସେବାନିବୃତ୍ତ ପ୍ରଧାନ ଶିକ୍ଷକ ଶ୍ରୀ ଏ. ରାଜଗୋପାଳ ରାଓ ବଳଦେବ ରଥଙ୍କ ବିଷୟରେ ବର୍ଣ୍ଣନା କରିଥିଲେ । ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ରଘୁନାଥ ମୁଦୁଲି ଓଡ଼ିଆ ଭାଷା ସାହିତ୍ୟରେ ବଳଦେବ ରଥଙ୍କ ଅନବଦ୍ୟ କୃତ୍ତି ବିଷୟରେ କହିଥିଲେ ।ଓଡିଆ ବିଭାଗୀୟ ମୁଖ୍ୟ ଶ୍ରୀମତୀ ରଞ୍ଜୁବାଳା ନନ୍ଦ ବଳଦେବ ରଥ ଙ୍କ ସାହିତ୍ୟ ର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଅଧ୍ୟାପିକା ଡ଼କ୍ଟର ଜ୍ୟୋସ୍ନାରାଣୀ ସାହୁ କବିସୂର୍ଯ୍ୟ ବଳଦେବ ଙ୍କ ଜୀବନୀ ଉପରେ କହିଥିଲେ । ଅନ୍ତର୍ନିହିତ ଗୁଣାବଳୀ ବର୍ଦ୍ଧକ ସଂଯୋଜକ ଶ୍ରୀମାନ ସପନ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥଲେ। ପ୍ରାରମ୍ଭିକ ସଂଗୀତ ଯୁକ୍ତ ତିନି ପ୍ରଥମ ବର୍ଷ ଛାତ୍ରୀ ସୁଶ୍ରୀ ସନ୍ତୋଷିନୀ ମହାପାତ୍ର ଓ ଅନ୍ତିମ ସଂଗୀତ ଯୁକ୍ତ ତିନି ଶେଷ ବର୍ଷ ଛାତ୍ରୀ ସାଗରୀ ସାହୁ ଗାନ କରିଥିଲେ।ଯୁକ୍ତ ତିନି ପ୍ରଥମ, ଦ୍ୱିତୀୟ ଓ ଶେଷ ବର୍ଷ ର ଅନେକ ଛାତ୍ରଛାତ୍ରୀ ସେମାନଙ୍କ ସନ୍ଦର୍ଭ ଉପସ୍ଥାପନା କରିଥିଲେ ଓ ସେମାନଙ୍କୁ ପ୍ରମାଣପତ୍ର ଅତିଥିମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା ।
ରିପୋର୍ଟ :ଦେବାଶିଷ ମହାରଣା


More Stories
ବେଗୁନିଆପଡା ବ୍ଲକରେ ମନରେଗା ଯୋଜନାର ସାମାଜିକ ସମୀକ୍ଷା ବୈଠକ ଅନୁଷ୍ଠିତ l
ମଡ଼ର୍ଣ ଇଂଲିଶ ମିଡିଅମ୍ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ l
ମା ବୈଷ୍ଣୋବି ମହିଳା ମହାସଂଘର ବାର୍ଷିକ ଉତ୍ସବ ଅନୁଷ୍ଠିତ,ମନ ମୋହିଲା ନାଟକ “ଆମେ ସବୁ ମରି ସାରିଛୁ l