ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ ପାଇଁ ଆମନ୍ତ୍ରଣ l

ବେଗୁନିଆପଡା, (ଆମ ଓଡିଶା ଖବର):ଗତକାଲି ଗଞ୍ଜାମ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଅଜୟ କୁମାର ପ୍ରଧାନ ବେଗୁନିଆପଡ଼ା ଗ୍ରସ୍ତରେ ଆସି ଶିକ୍ଷା ର ପ୍ରସାର ଓ ପ୍ରଚାର ନିମନ୍ତେ ତଥା ଓଡ଼ିଶା ସରକାର ଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ,ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ଓଡ଼ିଶା ସରକାର ଙ୍କ ତରଫରୁ ଏହି ବ୍ଲକ ରେ ଆଗାମୀ ଏପ୍ରିଲ ୨ ତାରିଖରେ ପାଳନ କରିବା ପାଇଁ ଖଣ୍ଡିଆନଇ ସ୍ଥିତ ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କରି ଶିଶୁ ଭାଇ ଭଉଣୀ ମାନଙ୍କୁ ଶିଶୁ ବାଟିକା ଶ୍ରେଣୀରେ ନାମ ଲେଖାଇବା ପାଇଁ ଆମନ୍ତ୍ରଣ ପତ୍ର ବଣ୍ଟନ କରିଥିଲେ । ସେହି ଗ୍ରାମର ବିଭିନ୍ନ ସାହି ବୁଲି ଶିଶୁ ମାନଙ୍କୁ ସେମାନଙ୍କ ପିତା ମାତା ଉପସ୍ଥିତିରେ ନିମନ୍ତ୍ରଣ ପତ୍ର ସହ ପୁଷ୍ପ ଦେଇ ସ୍କୁଲ ରେ ନାମ ଲେଖାଇବା ପାଇଁ ଆମନ୍ତ୍ରଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବେଗୁନିଆପଡ଼ା ଶିକ୍ଷ୍ୟା ଅଧିକାରୀ ଶ୍ରୀ ରୁଦ୍ର ନାରାୟଣ ସାହୁ, ଗଞ୍ଜାମ ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟର SC/ST ସଂଯୋଜକ Dr Saroj Mohan pala, ଖଣ୍ଡିଆ ନଈ ସରପଞ୍ଚ ଶ୍ରୀ ପଙ୍କଜ ସେଠୀ, ABEO smt ଜ୍ୟୋତିର୍ମୟ ନନ୍ଦ , ଖଣ୍ଡିଆ ନଈ ସ୍କୁଲ ର ପରିଚାଳନା କମିଟି ସଭାପତି smt କୁନି pala, CRCC ସାରଦା ପ୍ରସନ୍ନ ଭୋଇ ଓ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ରଞ୍ଜିତା ନାୟକ ପ୍ରମୁଖ ଯୋଗ ଦେଇଥିଲେ ।

ରିପୋର୍ଟ :ଦେବାଶିଷ ମହାରଣା

error: Content is protected !!