କୋଦଳା, (ଆମ ଓଡିଶା ଖବର ):କୋଦଳା ଲକ୍ଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟ ପରିସରରେ ଓଡ଼ିଆ ପକ୍ଷ ଉପଲକ୍ଷେ ଆମ ପୋଷାକ ଆମ ପରିଚୟ ଦିବସ ପାଳନ କରାଯାଇଅଛି ୲ ଏଥିରେ ଅଧ୍ୟକ୍ଷ ଶ୍ରୀ ରଘୁନାଥ ମୁଦୁଲି ଙ୍କ ସଭାପତିତ୍ବରେ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ଙ୍କୁ ନେଇ ଏକ ବୈଠକ ଆଲୋଚନା କରାଯାଇଥିଲା ୲ପୋଷାକ ହିଁ ମନୁଷ୍ଯ ର ଶ୍ରେଷ୍ଠ ପରିଚୟ , ଏ ସମ୍ପର୍କରେ ଛାତ୍ରଛାତ୍ରୀ ଙ୍କ ମହଲରେ ସଚେତନତା ର ବାର୍ତ୍ତା ପ୍ରଦାନ କରାଯାଇଥିଲା ୲ ବିଭିନ୍ନ ବିଭାଗର ଅଧ୍ୟାପକ ଅଧ୍ୟାପିକା ଓଡ଼ିଆ ସଂସ୍କୃତି ର ଗୌରବ ବଞ୍ଚାଇ ରଖିବାକୁ ହେଲେ ମନୁଷ୍ୟର ବେଶ ପୋଷାକ ର ଗୁରୁତ୍ଵ କିପରି ଖୁବ୍ ବେଶୀ ସେ ସମ୍ପର୍କରେ ଆଲୋଚନା କରିଥିଲେ ୲ ଓଡ଼ିଆ ବିଭାଗର ପ୍ରଥମ ବର୍ଷ ର ଛାତ୍ରୀ ସୁଶ୍ରୀ ସୁମିତ୍ରା ଘୋଷ ଓଡ଼ିଆ ଭାଷା ଓ ସଂସ୍କୃତି କୁ ନେଇ ଏକ ସୁନ୍ଦର କବିତା ଗାନ କରିଥିଲେ ୲
ରିପୋର୍ଟ :ଦେବାଶିଷ ମହାରଣା


More Stories
କୋଦଳା ଏନ ଏ ସିରେ ‘ଓଡ଼ିଆ ପକ୍ଷ’ ଶୁଭାରମ୍ଭ l
ବେରୁଆଁବାଡ଼ି ଓ ଜାଗିଲିପଦର ଠାରେ ବିଶ୍ଵଶାନ୍ତି ମହାଯଜ୍ଞ l
ଚିକିଲି କଲ୍ୟାଣ ମଣ୍ଡପ ପରିସରରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ଅନୁଷ୍ଠିତ l