ପୁରୀ ଜିଲ୍ଲା( ଆମ ଓଡିଶା ଖବର) ଡେଲାଙ୍ଗ ତା ୩୦-୩-୨୬ ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଯମୁନା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇ ଯାଇଛି. ଆୟୋଜିତ ଉତ୍ସବରେ ପ୍ରାକ୍ତନ ଡେଲାଙ୍ଗ ମଣ୍ଡଳ ଶିକ୍ଷା ଅଧିକାରୀ ଯୁଝିଷ୍ଠିର ପରିଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଦୁର୍ଯ୍ୟୋଧନ ସାହୁ ଯୋଗ ଦେଇଥିଲେ। ସମ୍ମାନୀତ ଅତିଥି ଭାବେ ପ୍ରାକ୍ତନ ଡେଲାଙ୍ଗ ମଣ୍ଡଳ ସହ ଶିକ୍ଷା ଅଧିକାରୀ ସୁଷମା ନନ୍ଦ, ଏହି ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ନରେନ୍ଦ୍ର ଜେନା,ଶିକ୍ଷାବିତ ପୂର୍ଣ୍ଣ ଚନ୍ଦ୍ର ବଳିୟାରସିଂହ,ସାମ୍ବାଦିକ ଲଷ୍ମୀ ନାରାୟଣ ପାଠୀ, ବିଶିଷ୍ଟ ଶିଶୁ ସାହିତ୍ୟକ ନୀଳାମ୍ବର ମିଶ୍ର, ପ୍ରାକ୍ତନ ପ୍ରଧାନ ଶିକ୍ଷକ ଗୋପାଳ ଚନ୍ଦ୍ର ମହାପାତ୍ର, ଶିକ୍ଷକ ମଙ୍ଗୁଳି ଚରଣ ପରିଡା ଓ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୁରେଶ କୁମାର ବେହେରା ଯୋଗ ଦେଇଥିଲେ। ଶିକ୍ଷାବିତ ଗୁଣନିଧି ବଳିୟାସିଂହ ଉତ୍ସବରେ ଅଧ୍ୟକ୍ଷତା କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୁଣ୍ଟୁଳୁ ଧଵେଶ୍ୱର ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ସହକାରୀ ଶିକ୍ଷକ ଲାବଣ୍ୟେନ୍ଦୁ ଦଳେଇ ମଞ୍ଚ ସଂଯୋଜନା କରିଥିଲେ। ଏହି ଅବସରରେ ବିଦ୍ୟାଳୟ ପକ୍ଷରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ପ୍ରମାଣ ପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ। ଶେଷରେ ଛାତ୍ର ଛାତ୍ରୀମାନେ ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।ବିଦ୍ୟାଳୟର ଶିକ୍ଷକ ପ୍ରଣବ କୁମାର ଜେନା ଶିକ୍ଷୟିତ୍ରୀ ଜ୍ୟୋସ୍ନା ସାହୁ, ପୁଷ୍ପଲତା ଜେନା ଓ ଦୁଶୀଳା ମେହେର ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ ।ଡେଲାଙ୍ଗ /ଜଟଣୀ ରୁ ନୀଳାମ୍ବର ମିଶ୍ରଙ୍କ ରିପୋର୍ଟ ଆମ ଓଡ଼ିଶା ଖବର।
ବାର୍ଷିକପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ l


More Stories
ଶ୍ରୀଚୈତନ୍ଯ ରିସର୍ଚ ଆସୋସିଏସନ ପକ୍ଷରୁ ଆଲୋଚନାଚକ୍ର।
ଟାଙ୍ଗୀ :ଗାୟତ୍ରୀ ପବ୍ଲିକ ସ୍କୁଲ ଉଦଘାଟିତ l
ଜଟଣୀର ସୂକ୍ଷ୍ମ କଳାକାର ଏଲ୍ ଇଶ୍ଵର ରାଓ, ଚକ୍ ଖଡିରେ ଦେଖାଇଛନ୍ତି କଳାକୃତି ।