ଓଡ଼ିଆ ପକ୍ଷ ପାଳନ ଅବସରରେ ୨୮ୟୁନିଟ ରକ୍ତ ସଂଗ୍ରହ।

ଖୋରଧା ଜିଲ୍ଲା (ଆମ ଓଡିଶା ଖବର )ଜଟଣୀ ତା ୭-୪-୨୬ ଓଡ଼ିଆ ପକ୍ଷ ପାଳନ ଅବସରରେ ଜଟଣୀ ମହାବିଦ୍ୟାଳୟ ପକ୍ଷରୁ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି।  ମହାବିଦ୍ୟାଳୟର ଯୁବ ରେଡ଼କ୍ରସ, ଭାରତ ସ୍କାଉଟ ଓ ଗାଇଡ଼ ଓ ଜାତୀୟ ସେବା ଯୋଜନାର ମିଳିତ ସହଯୋଗରେ ଅନୁଷ୍ଠିତ ଏହି ରକ୍ତ ଦାନ ଶିବିରରେ ୨୮ୟୁନିଟ ରକ୍ତ ସଂଗ୍ରହ କରା ଯାଇଥିଲା। ମହାବିଦ୍ୟାଳୟର ଏନ ଏସ ଏସ ଅଧିକାରୀ ଡ଼ ସୁଶାନ୍ତ କୁମାର ବାରିକ ଓ ଯୁବ ରେଡ଼କ୍ରସ କାଉନୁସିଲ ଅଧ୍ୟାପିକା   ପରିମିତା ପ୍ରହାରାଜ ଏହି ଶିବିର ପରିଚାଳନା କରିଥିବା ବେଳେ ଜଟଣୀ ସୁରକ୍ଷା ମଞ୍ଚର ସଦସ୍ୟ ଚିତ୍ତରଞ୍ଜନ ପ୍ରଧାନ, ଜୀବନ ମହାନ୍ତି, ସୁରେଶ ଚନ୍ଦ୍ର ବେହେରା, ହୃଷିକେଶ ସେଠୀ,  ରାଜ ବାରିକ, ସୁରେନ୍ଦ୍ର ମୁଦୁଲି,ଦିବାକର ବେଜ, ନୀଳାମ୍ବର ମିଶ୍ର ପ୍ରମୁଖ କର୍ମକର୍ତ୍ତାମାନେ ଉପସ୍ଥିତ ରହି ସହଯୋଗ କରିଥିଲେ । ଭୁବନେଶ୍ୱର ମୁନିସିପାଲ କର୍ପୋରେସନ ଡାକ୍ତର ଖାନା ରକ୍ତ ଭଣ୍ଡାରର କର୍ମଚାରୀ ମାନେ ରକ୍ତ ସଂଗ୍ରହ କାର୍ଯ୍ୟରେ ସହଯୋଗ କରିଥିଲେ। ଜଟଣୀ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ଓ ଛାତ୍ର ଛାତ୍ରୀ ଶିବିର ପରିଚାଳନାରେ ସହଯୋଗ କରିଥିଲେ।

ଜଟଣୀ/ ଡେଲାଙ୍ଗ ରୁ ନୀଳାମ୍ବର ମିଶ୍ରଙ୍କ ରିପୋର୍ଟ ଆମ ଓଡ଼ିଶା ଖବର।

error: Content is protected !!