ଓଡିଶା: “ଆମ ଓଡ଼ିଶା ଖବର” ସରକାରୀସ୍ତରରେ ଖବର ମିଳିଛି, ଉପରମୁହାଁ ହୋଇଛି ପାରଦ। ଶୁକ୍ରବାର ରାଜ୍ୟର ୯ଟି ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଛି। ସର୍ବୋଚ୍ଚ ଦିନ ତାପମାତ୍ରା ଝାରସୁଗୁଡ଼ାଠାରେ ୪୧.୬ ଡିଗ୍ରି ରେକର୍ଡ ହୋଇଛି। ସେପଟେ ଅନୁଗୁଳରେ ୪୦.୭ ଡିଗ୍ରି, ଟିଟିଲାଗଡ଼ ଓ ଭଦ୍ରକରେ ୪୦.୫ ଡିଗ୍ରି, ହୀରାକୁଦରେ ୪୦.୪ ଡିଗ୍ରି, ବଲାଙ୍ଗୀରରେ ୪୦.୩ ଡିଗ୍ରି, ସମ୍ବଲପୁର, ପାରଳାଖେମୁଣ୍ଡି, ତାଳଚେର ଆଦି ସହରର ଦିନ ତାପମାତ୍ରା ୪୦ ଡିଗ୍ରି ଛୁଇଁଥିଲା। ଅନ୍ୟପଟେ ଆର୍ଦ୍ରତା ଅଧିକ ଯୋଗୁଁ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହୋଇଛି। ଅପରାହ୍ଣରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇଥିବା ବେଳେ ପବନ ବି ଜୋର୍ରେ ବହିଥିଲା। ଆସନ୍ତାକାଲି କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ ୩୦ରୁ ୪୦ କିମି ବେଗରେ ପବନ, ଘଡ଼ଘଡ଼ି ସହ ବର୍ଷା ହେବ। ଏଣୁ ଏହି ସବୁ ଜିଲ୍ଲା ପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।
ରାଜ୍ୟରେ ଉପରମୁହାଁ ପାରଦ: ୯ ସହର ୪୦ଂ ଉପରେ l


More Stories
ଜିଲ୍ଲା ପରିଷଦ ସଭ୍ୟାଙ୍କ ଅକାଳ ବିୟୋଗ
ମା’ବ୍ୟାଘ୍ରଦେବୀଙ୍କ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ନିମନ୍ତେ ନିମନ୍ତ୍ରଣ
ଭିଜିଲାନ୍ସ ଜାଲରେ ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବନ ରେଞ୍ଜ୍ର ଅଧିକାରୀ ସୁକୁମାର ଦୁଖୁ।