ବି.ନୂଆଗାଁ ପିଏମଶ୍ରୀ ନୋଡାଲ ଉଚ୍ଚ ପ୍ରଥମିକ ବିଦ୍ୟାଳୟରେ ପିଏମଶ୍ରୀ ବାର୍ଷିକ ଉତ୍ସବ

ବେଗୁନିଆପଡା, (ଆମ ଓଡିଶା ଖବର):ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବି.ନୁଆଁଗାଁ ପିଏମଶ୍ରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ପିଏମଶ୍ରୀ ବାର୍ଷିକ ଉତ୍ସବ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି । ଆୟୋଜିତ ସମାରୋହରେ ମୁଖ୍ୟ ଅତିଥି ଭାବେ ମାନ୍ୟବର କବିସୂର୍ଯ୍ୟନଗର ବିଧାୟକ ଶ୍ରୀ ପ୍ରତାପ ନାୟକ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉତ୍ସବର ଶୁଭାରମ୍ଭ କରିଥିଲେ । ଶିକ୍ଷା ହିଁ ଜଣେ ଶିଶୁର ପ୍ରକୃତ ସମ୍ପଦ ଏବଂ ପିଏମଶ୍ରୀ ଯୋଜନା ମାଧ୍ୟମରେ ବିଦ୍ୟାଳୟ ଗୁଡ଼ିକର ବିକାଶ ଛାତ୍ରଛାତ୍ରୀଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରିଛି ବୋଲି ବିଧାୟକ ନିଜ ବକ୍ତବ୍ୟରେ ଉପସ୍ଥାପନ କରିଥିଲେ । ବିଦ୍ୟାଳୟର ପ୍ରଧାନଶିକ୍ଷକ ଗୌରୀ ଶଙ୍କର ଯାନୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ଗୌର କିଶୋର ମହାରଣା ଅଧ୍ୟକ୍ଷତା କରିଥିଲେ । ଉପସ୍ଥିତ ସମସ୍ତ ଅତିଥି ଛାତ୍ରଛାତ୍ରୀଙ୍କୁ ନୈତିକ ଶିକ୍ଷା ଓ ଶୃଙ୍ଖଳା ଉପରେ ପରାମର୍ଶ ଦେଇଥିଲେ । ବିଦ୍ୟାଳୟର ପ୍ରଧାନଶିକ୍ଷକ ଏହି ସଭାରେ ବାର୍ଷିକ ବିବରଣୀ ପଠନ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଅତ୍ୟନ୍ତ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ବିଭିନ୍ନ କ୍ରୀଡ଼ା, ସାହିତ୍ୟ ଓ ସାଂସ୍କୃତିକ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ମେଧାବୀ ଛାତ୍ରଛାତ୍ରୀଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବୁରୁଝରୀ ସରପଞ୍ଚ ବିନୋଦ ଚନ୍ଦ୍ର ଜେନା, ସମିତିସଭ୍ୟା ସୁଚିତ୍ରା ମାହାନ୍ତି,ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଶରତ ଚନ୍ଦ୍ର ପାଣ୍ଡୀ,ସୁମଣ୍ଡଳ ସରପଞ୍ଚ ଶିବଶଙ୍କର ବାରିକ, ଅଙ୍ଗାରଗାଁ ସରପଞ୍ଚ ପ୍ରତିନିଧି ପୁର୍ଣଚନ୍ଦ୍ର ସେଠୀ,ସାନଉସ୍ତାପଡ଼ା ସରପଞ୍ଚ ସନ୍ତୋଷ କୁମାର ସ୍ୱାଇଁ,ତାଳସର ସରପଞ୍ଚ ମୁକୁନ୍ଦ ମାଧବ ସ୍ୱାଇଁ,ସୁମଣ୍ଡଳ କ୍ଲଷ୍ଟର ସିଆରସିସି ସିମାଞ୍ଚଳ ପରିଡା,ଏସଏମସି ସଭାନେତ୍ରୀ ସୁମିତ୍ରା ଗୌଡ଼ ପ୍ରମୁଖ ମଞ୍ଚାସିନ ରହି ଛାତ୍ରଛାତ୍ରୀ ତଥା ଅଭିଭାବକ ମାନଙ୍କୁ ଉତ୍ସାହିତ କରିଥିଲେ । ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ତିଆରି ହୋଇଥିବା ବିଭିନ୍ନ ଷ୍ଟଲ ତଥା ଖାଦ୍ୟ ସାମଗ୍ରୀ ଷ୍ଟଲକୁ ବୁଲି ଖୁସି ପ୍ରକାଶ କରିଥିଲେ ଉପସ୍ଥିତ ଅତିଥି । କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।

ରିପୋର୍ଟ :ଦେବାଶିଷ ମହାରଣା

error: Content is protected !!