ବିକାଶ ପରିଷଦ ଶିଶୁ ମନ୍ଦିର ର ବାର୍ଷିକ ଉତ୍ସବ ଅନୁଷ୍ଠିତ l

ପୁରୀ ଜିଲ୍ଲା (ଆମ ଓଡ଼ିଶା ଖବର)ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବିକାଶ ପରିଷଦ ଶିଶୁ ମନ୍ଦିର, ହରିରାଜପୁର ର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି ।ବିଶିଷ୍ଟ ଶିକ୍ଷାବିତ ତଥା ଜଟଣୀ ପୁସ୍ତକ ମେଳାର ସଂପାଦକ ଅକ୍ଷୟ କୁମାର ମହାନ୍ତିଙ୍କ ସଭାପତିତ୍ବ ରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି।ସଭାରେ ମୁଖ୍ଯ ଅତିଥି ରୂପେ ଖୋର୍ଦ୍ଧା ଆଇନ ମହାବିଦ୍ୟାଳୟର ପ୍ରତିଷ୍ଠାତା ସୁଧୀର କୁମାର ମାନସିଂହ, ମୁଖ୍ଯବକ୍ତା ଭାବେ ହରିରାଜପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ରିନାରାଣୀ ରାଉତରାୟ ଏବଂ ସମ୍ମାନିତ ଅତିଥି ରୂପେ ଯୁବ ସମାଜସେବୀ ମଧୁସୂଦନ ରାୟ,ଶିଶୁମନ୍ଦିର ର ଯୁଗ୍ମ ସଂପାଦକ ତଥା ଶିକ୍ଷକ କିଶୋର ସୁବୁଦ୍ଧି ,ପ୍ରଧାନଶିକ୍ଷକ ଗଗନ ମଙ୍ଗରାଜ,ଶିଶୁମନ୍ଦିର ର ପ୍ରତିଷ୍ଠାତା ତଥା ସଂପାଦକ ଅକ୍ଷୟ କୁମାର ସାହୁ ଯୋଗଦେଇ ପିଲାମାନଙ୍କ ଉଦ୍ଦେଶ୍ଯ ରେ ସୁନ୍ଦର ଅଭିଭାଷଣ ରଖିଥିଲେ।
ଶିକ୍ଷକ ନରେନ୍ଦ୍ର କୁମାର ମୁଦୁଲି ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହ ସଂଯୋଜନା କରିଥିଲେ।ଛାତ୍ରଛାତ୍ରୀମାନଙ୍କ ଦ୍ବାରା ସ୍ବାଗତ ସଙ୍ଗୀତ ଗାନ କରାଯାଇଥିଲା।ଅନୁଷ୍ଠାନର ସଂପାଦକ ଅକ୍ଷୟ କୁମାର ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ ।ବିଭିନ୍ନ ବିଭାଗରେ କୃତିତ୍ବ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା।ଆଗରୁ ଛାତ୍ରଛାତ୍ରୀ ମାନଙ୍କର ମା’ ମାନଙ୍କ ମଧ୍ଯରେ କରାଯାଇଥିବା ପ୍ରତିଯୋଗିତା ଝୋଟି,ଶଙ୍ଖବାଦନ ଓ ଗ୍ଲାସ ଖେଳ ରେ କୃତିତ୍ବ ହାସଲ କରିଥିବା ମା’ ମାନଙ୍କୁ ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଥିଲା।ଶିଶୁମନ୍ଦିର ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସଭା ପରିଚାଳନାରେ ସହଯୋଗ କରିଥିବା ବେଳେ କିଶୋର ସୁବୁଦ୍ଧି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ସର୍ବ ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଡେଲାଙ୍ଗ /ଜଟଣୀରୁ ନୀଳାମ୍ବର ମିଶ୍ରଙ୍କ ରିପୋର୍ଟ ଆମ ଓଡ଼ିଶା ଖବର।

error: Content is protected !!