ଟାଙ୍ଗୀ:ଚାନ୍ଦପୁର ଟାଉନ୍ ରାସ୍ତାର ପ୍ରଶସ୍ତିକରଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ lଚିଲିକା (ଆମ ଓଡ଼ିଶା ଖବର )ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଓ ନୟାଗଡ଼ ଜିଲ୍ଲାର ଚାନ୍ଦପୁର ଅଞ୍ଚଳରେ ଥିବା ଟାଉନ୍ ରାସ୍ତା ଯାହାକି ୧୬ ନଂ ଜାତୀୟ ରାଜପଥ ସହିତ ସଲଗ୍ନ ହୋଇଛି , ସେହି ରାସ୍ତାର ପ୍ରଶସ୍ତିକରଣ ପାଇଁ ଯାହାକି ୨ ଥାକିଆ ରାସ୍ତାରୁ ହେବ ୪ ଥାକିଆ ରାସ୍ତା । ଦୂରତା ମାତ୍ର ୨/୨ ଅର୍ଥାତ ୪ କିଲୋମିଟର ରାସ୍ତାରେ ହେବ ପ୍ରଶସ୍ତିକରଣ । ଏଥିପାଇଁ ବ୍ୟୟ ଅଟକଳ ୧୪ କୋଟି ଟଙ୍କା କରାଯାଇଛି । ଏହି ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟକ୍ରମ ର ଆଜି ଭିତ୍ତି ପ୍ରସ୍ତର ସ୍ଥାପନ ରେ ମାନ୍ୟବର ବାଚସ୍ପତି ତଥା ରଣପୁର ବିଧାୟିକା ସୁରମା ପାଢ଼ୀ , ପୁରୀ ସାଂସଦ ଡ. ସମ୍ବିତ ପାତ୍ର , ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ , ଭୁବନେଶ୍ୱର ସାଂସଦ ଅପରାଜିତା ଷଢ଼ଙ୍ଗୀ ପ୍ରମୁଖ ଯୋଗ ଦେଇଥିଲେ । ସରକାରୀ ଜାଗାରେ ଖୁଚୁରା ଦୋକାନୀ ଓ ଉଠା ଦୋକାନୀ ମାନଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା କରାଯିବା ଆବଶ୍ୟକ ବୋଲି 'ଟାଙ୍ଗୀ ମିଡ଼ିଆ ସେବା ସଂଘ' ପକ୍ଷରୁ ଦାବି କରାଯାଇଛି । ଅନ୍ୟପଟରେ ଏହି ପ୍ରକଳ୍ପ ଦ୍ବାରା ଖୋରଧା ନିର୍ବାଚନ ମଣ୍ଡଳୀ ଓ ରଣପୁର ନିର୍ବାଚନ ମଣ୍ଡଳୀ ର ଜନ ସାଧାରଣ ମାନେ ବହୁ ମାତ୍ରାରେ ଉପକୃତ ହେବେ , ତେଣୁ ସମସ୍ତେ ଏଥିରେ ସହଯୋଗ କରିବା ପାଇଁ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ସାଂସଦ , ବିଧାୟକ ଓ ମାନ୍ୟବର ବାଚସ୍ପତି ଅନୁରୋଧ କରିଛନ୍ତି । - Ama Odisha Khabar
Skip to content
1 min read
1 min read
1 min read
error: Content is protected !!
More Stories
ବ୍ରାଉନସୁଗାର ମାମଲାରେ ମାନସ ସାହୁକୁ ହେଲା ୧୦ ବର୍ଷ ଜେଲ୍,ଏକଲକ୍ଷ ଜରିମାନା।
ବ୍ରହ୍ମାକୁମାରୀ ଅନୁଷ୍ଠାନରେ ବାର୍ଷିକ ଉତ୍ସବ ପାଳନ।
ଶ୍ରୀ ଚୈତନ୍ଯ ରିସର୍ଚ ଆସୋସିଏସନ ମକର ସଙ୍କ୍ରାନ୍ତି ପାଳିବା ସହିତ, ଗ୍ରନ୍ଥ ଲୋକାର୍ପଣ କଲେ।