ପୁଣେ: “ଆମ ଓଡ଼ିଶା ଖବର” ପ୍ରଫେସର କୁଲକର୍ଣ୍ଣି ବର୍ଷବର୍ଷ ଧରି ନିଟ ପ୍ରଶ୍ନପତ୍ର ପ୍ରସ୍ତୁତ କରୁଥିବା ପ୍ୟାନେଲରେ ମଧ୍ୟ ରହିଥିଲେ। କୁଲକର୍ଣ୍ଣି ହେଉଛନ୍ତି ଜଣେ ଅବସରପ୍ରାପ୍ତ କଲେଜ ପ୍ରଫେସର। ତାଙ୍କୁ ସିବିଆଇ ମେ’ ୧୪ରୁ ଜେରା କରିବାକୁ ଉଠାଇ ନେଇଥିଲା।
ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ପିଭି କୁଲକର୍ଣ୍ଣି। ସେ ନିଟ ପରୀକ୍ଷା କରୁଥିବା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି(ଏନଟିଏ) ପକ୍ଷରୁ ପରୀକ୍ଷା ପ୍ରକ୍ରିୟାରେ ସାମିଲ ଥିଲେ। ମେ’ ୩ରେ ହୋଇଥିବା ନିଟ ୟୁଜି ପରୀକ୍ଷାର ପ୍ରଶ୍ନପତ୍ର ସହ ତାଙ୍କର ସିଧାସଳଖ ଲିଙ୍କ ଥିଲା। ମେ’ ୩ରେ ହୋଇଥିବା ନିଟ ୟୁଜି ପରୀକ୍ଷା ଏବେ ପରୀକ୍ଷା ପ୍ରଶ୍ନପତ୍ର ଲିକ ଯୋଗୁ ବାତିଲ ହୋଇ ସାରିଛି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପ୍ରଫେସର କୁଲକର୍ଣ୍ଣି ବର୍ଷବର୍ଷ ଧରି ନିଟ ପ୍ରଶ୍ନପତ୍ର ପ୍ରସ୍ତୁତ କରୁଥିବା ପ୍ୟାନେଲରେ ମଧ୍ୟ ରହିଥିଲେ। କୁଲକର୍ଣ୍ଣି ହେଉଛନ୍ତି ଜଣେ ଅବସରପ୍ରାପ୍ତ କଲେଜ ପ୍ରଫେସର। ତାଙ୍କୁ ସିବିଆଇ ମେ’ ୧୪ରୁ ଜେରା କରିବାକୁ ଉଠାଇ ନେଇଥିଲା। ଏବେ ତାଙ୍କୁ ବିଧିବଦ୍ଧ ଭାବେ ଗିରଫ କରାଯାଇଛି।
ପ୍ରଫେସର କୁଲକର୍ଣ୍ଣି ଓ ଆଉ ଜଣେ ଅଭିଯୁକ୍ତର ସହାୟତାରେ ପ୍ରଶ୍ନପତ୍ର ଲିକ କରିଥିଲେ ଓ ପ୍ରକୃତ ଉତ୍ତରକୁ ନିଟ ୟୁଜି ଆଶାୟୀଙ୍କୁ ପୁଣେରେ ଆୟୋଜିତ ଗୁପ୍ତ ଟ୍ୟୁସନ ସେସନ୍ସରେ ବୁଝାଇଥିଲେ। ଏପ୍ରିଲ ଶେଷ ସପ୍ତାହରେ ଏହି ଟ୍ୟୁସନ ସେସନ୍ସ ଆୟୋଜନ ହୋଇଥିଲା। କୁଲକର୍ଣ୍ଣିଙ୍କ ସହଯୋଗୀ ମନୀଷ ୱାଘମାରେଙ୍କୁ ସିବିଆଇ ଗୁରୁବାର ଗିରଫ କରିଥିଲା।
ସିବିଆଇ ଗୋଟିଏ ବିବୃତିରେ କହିଛନ୍ତି ଯେ କେମେଷ୍ଟ୍ରୀ ଶିକ୍ଷକ କୁଲକର୍ଣ୍ଣି ସ୍ପେଶାଲ କୋଚିଂ କ୍ଲାସ ବେଳେ ପିଲାମାନଙ୍କୁ ପ୍ରଶ୍ନ ସହିତ ଉତ୍ତର ଖାତାରେ ଲେଖିବାକୁ କହିଥିଲେ। ପିଲାମାନେ ଏହାକୁ ନିଜ ଖାତାରେ ଟିପି ରଖିଥିଲେ। ନିଟ ୟୁଜି ୨୦୨୬ ପରୀକ୍ଷାରେ ଆସିଥିବା ପ୍ରଶ୍ନ ସହ ଏହାର ପୂରା ମେଳ ଖାଇଥିଲା। ଘଟଣାର ତଦନ୍ତ ସମୟରେ ସିବିଆଇ ୭ ଜଣଙ୍କୁ ଏଯାଏ ଗିରଫ କରିଛନ୍ତି।
ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।


More Stories
ଗୁଜୁରାଟର ଅଙ୍କଲେଶ୍ୱରରେ ଓଡ଼ିଆ ନୂତନ ବର୍ଷ ଉତ୍ସବ ଧୁମଧାମରେ ପାଳିତ l
ଗୁଜରାଟୀ ଗୁରୁ ଗିରଫ, ଧର୍ମ, ଆଧ୍ୟାତ୍ମିକ ପ୍ରବଚନ ନାରେ ଟଙ୍କା କେଳଙ୍କାରିରେ ଲିପ୍ତ ଥିଲେ।
ସୁପ୍ରିମକୋର୍ଟ ସୁଣାଇଲେ ମହିଳାମାନଙ୍କ ୠତୁସ୍ରାବ ଛୁଟି ବାତିଲ୍।